suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କରୋନା ଯୋଗୁଁ ଏଥର ଫିକା ପଡିବ ଭଦ୍ରକ କାଳୀପୂଜା, ଖାଁ ଖାଁ ରହିବ ପୂଜା ମଣ୍ଡପ

8/11/2020 at 11:14 AM

ଭଦ୍ରକ ୦୮।୧୧: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀ ସର୍ବଶକ୍ତିର ଆଧାର ଓ ଆଦ୍ୟାଶକ୍ତି ।  ସେ ସର୍ବବ୍ୟାପିନି , ପରମା ବିଦ୍ୟା ମହାମାୟା ଓ ପରଂବ୍ରହ୍ମ ରୂପିଣୀ । ମାଆ ଶାନ୍ତ, କାନ୍ତା ପୁଣି ସୌମ୍ୟା ଓ ପରମବୈଷ୍ଣବୀ।  ମାଆ  ଭଦ୍ରକାଳୀ ଙ୍କ ନାମାନୁସାରେ ଭଦ୍ରକର  ନାମକରଣ କରାଯାଇଛି ।  ପ୍ରସିଦ୍ଧ କାଳୀପୂଜା ଅବସରରେ ମାଆ ସାତଦିନ ଧରି ସପ୍ତମାତୃକା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ପୀଠରେ ସଦାସର୍ବଦା ବିଶ୍ଵମାତା ବେଶରେ ପୂଜା ପାଇଥାନ୍ତି ।  ହେଲେ ଜଗତ କଲ୍ୟାଣ ଉଦ୍ଧେଶ୍ୟରେ ପରମବୈଷ୍ଣବୀ ମା କାଳୀ ସପ୍ତମାତୃକା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ମାଆଙ୍କ ପୂଜା ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଫିକା ପଡିବ ମାଆଙ୍କ ପୂଜା । କେବଳ ମା ଭଦ୍ରକାଳୀ ନୁହେଁ ଜିଲ୍ଲାର ସମସ୍ତ ମଣ୍ଡପରେ ମଧ୍ୟ ପୂଜା ଫିକା ପଡିବ ।

ଭଦ୍ରକର ଐତିହାସିକ  କାଳିପୂଜା ରାଜ୍ୟର ବେଶ ପ୍ରସିଦ୍ଧି ଲାଭ କରିଛି । ଅନ୍ୟ ପକ୍ଷରେ ପ୍ରାଚୀନ ଶକ୍ତିପୀଠ ମାନଙ୍କ ମଧ୍ୟରୁ ମା ଭଦ୍ରକାଳୀ ପୀଠ ପୁରାଣ ପ୍ରସିଦ୍ଧ । ପବିତ୍ର ଜଳରାଶି ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ଏହି ପିଠରେ ମା ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ହେଲେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ପରମ ବୈଷ୍ଣବୀ ମା ଭଦ୍ରକାଳୀ କାଳୀପୂଜା ଅବସର ରେ ସାତ  ଦିନରେ  ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।  ଶୁଭାଧିବାସ, ମାନସିକ ଧାରୀ କଳସ ଶୋଭାଯାତ୍ରା , ଘଟସ୍ଥାପନ, ଶତଚଣ୍ଡୀ ପାଠ, ବିଶ୍ଵ ଶାନ୍ତି ମହାଯଜ୍ଞ ସହ ଆରମ୍ଭ ହେବ ମା ଙ୍କର ସପ୍ତ ଦିବସ ବ୍ୟାପି ବିଶେଷ ପୂଜା ରୀତିନୀତି।

ପ୍ରଥମ ଦିନରେ ମା ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶ ଦର୍ଶନ କଲେ ଦିବ୍ୟ ଜ୍ଞାନ ଅର୍ଜନ ସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି। ଦ୍ଵିତୀୟ  ଦିନରେ ମହାକାଳୀ ଵେଶ ,  ତୃତୀୟ ଦିନ ରେ  ରାଜ ରାଜେଶ୍ୱରୀ ବେଶ ଓ ପରେ ସିଂହ ବାହିନୀ, ଜଗଦ୍ଧାତ୍ରୀ , ମହା ସରସ୍ଵତୀ ଏବଂ ଶେଷରେ ମା ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି।  ମାଆ ଙ୍କର ଏହି ସପ୍ତମାତୃକା ବେଶ ଦେଖିବାକୁ ରାଜ୍ୟ ଅବା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି।  କିନ୍ତୁ ଏଥର କରୋନା ମହାମାରୀ ପାଇଁ ଜାରି ହୋଇଥିବା କଟକଣା ଯୋଗୁଁ, କାଳୀପୂଜା ଫିକା ପଡିବ।  ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଏହି ବେଶ ଦେଖିବାକୁ ବଞ୍ଚିତ ହେବେ। 

ଭଦ୍ରକାଳୀ ପିଠକୁ ନେଇ ଜନମତରେ ଅନେକ ଲୋକକଥା ପ୍ରକାଶ ପାଇଛି। ୧୫୬୮ ରୁ ୧୬୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ କଳାପାହାଡ଼ ଆକ୍ରମଣ ବେଳେ ଭୁଇଁଆ ବଂଶ ର ପୂଜକ ଦେବୀଙ୍କୁ ସାଳନ୍ଦୀ ନଦୀର ଗଣ୍ଡ ଭିତରେ ମା ଙ୍କୁ ଲୁଚାଇ ରଖିଥିଲେ । ତେବେ କିଛି ବର୍ଷ ପରେ ଦେବୀଙ୍କ ସ୍ବପ୍ନାଦେଶ ହେବାପରେ ଜଣେ ଗ୍ରାମବାସୀ ଦେବୀଙ୍କୁ ଗ୍ରାମରେ ନେଇ ପ୍ରତିଷ୍ଠା କରିଥିଲେ । ପରେ ସେହି ସ୍ଥାନରେ ମାଆ ଭଦ୍ରକାଳୀ ରୂପରେ ପୂଜା ପାଉଛନ୍ତି।  ମା ଙ୍କ ର ବିଭିନ୍ନ ପୌରାଣିକ ଲୋକ କଥା ଶୁଣିବାକୁ  ମିଳେ ।  ଏଥର କୋଭିଡ କଟକଣା ପାଇଁ ଜିଲ୍ଲାବାହାରୁ ଆସୁଥିବା ଭକ୍ତ ମା ଙ୍କୁ ବାହାରୁ ଦର୍ଶନ କରି ଫେରୁଛନ୍ତି । ସେହି ଭଳି ଭଦ୍ରକ ଜିଲ୍ଲା ର ଅନ୍ୟ ସମସ୍ତ ଅଞ୍ଚଳରେ ହେବାକୁଥିବା କାଲୀଙ୍କ ପୂଜା ଉପରେ ମଧ୍ୟ କଟକଣା ଲାଗିଛି । ସମସ୍ତ ମଣ୍ଡପ ଗୁଡିକ ରେ ମା ପୂଜା ପାଇବେ , କିନ୍ତୁ ଦୁର୍ଗାପୂଜା ଭଳି କଟକଣା ଜାରି ରହିବ ବୋଲି ପ୍ରଶାସନ ସୂଚନା ଦେଇଛି । ପୂଜା କମିଟି ଗୁଡିକ ମଧ୍ୟ ପ୍ରଶାସନିକ କଟକଣା କୁ ସମ୍ମାନ ଦେଇ ପୂଜା ଆୟୋଜନ କରିବେ।

   Related Posts