oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଏହି ଜିଲ୍ଲାରେ ବ୍ୟାନ୍ ହେଲା ଇଣ୍ଟରନେଟ୍ , ଚାଲିବ ନାହିଁ ହ୍ୱାଟସ୍ ଆପ୍ ଓ ଫେସବୁକ୍

27/10/2021 at 11:00 AM

ରାଜସ୍ଥାନ ୨୭/୧୦: ଆଜି ରାଜସ୍ଥାନର ଭରତପୁର, ବିକାନେର, ହନୁମାନଗଡ, ସୱାଇ ମାଧପୁର, ଅଜମେର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ। ଆଜି ଦିନ ହେବାକୁ ଥିବା ରାଜସ୍ଥାନ ଜନସେବା ଆୟୋଗର ପରୀକ୍ଷାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ପରୀକ୍ଷା ସମୟରେ ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ଏବଂ ନକଲକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛ। ଅବଶ୍ୟ, ସୀମିତ ଜିଲ୍ଲାଗୁଡ଼ିକରେ ବ୍ରଡବ୍ୟାଣ୍ଡ, ଲିଜ୍ ଲାଇନ ମାଧ୍ୟମରେ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇପାରିବ। ପ୍ରଶାସନ କହିଛି ହ୍ୱାଟସ୍ ଆପ୍ ଏବଂ ଫେସବୁକ୍ ପରି ଅନେକ ସୋସିଆଲ୍ ମିଡିଆ ସାଇଟ୍ ମାଧ୍ୟମରେ କପି କରିବାର ସମ୍ଭାବନା ରହିଛି, ତେଣୁ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

କେବଳ ପରୀକ୍ଷା ସମୟରେ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଜାରି ରହିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି। ପରୀକ୍ଷା ସମାପ୍ତ ହେବା ପରେ ସେବାଗୁଡିକ ପୁନର୍ବାର ଜାରୀ କରାଯିବ। ପରୀକ୍ଷା ଶେଷ ହେବା ପରେ ୟୁଜର୍ସ ଇଣ୍ଟରନେଟ୍ ସେବା ଉପଭୋଗ କରିପାରିବେ।

ରାଜସ୍ଥାନର ଭରତପୁରରେ ସକାଳ ୮ ଟାରୁ ରାତି ୧ ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହା ବ୍ୟତୀତ ବିକାନେର, ଚୁରୁ, ହନୁମାନଗଡ, ଗଙ୍ଗନଗରରେ ସକାଳ ୬ ଟାରୁ ରାତି ୨ ଟା ପର୍ଯ୍ୟନ୍ତ ସେବା ବନ୍ଦ ରହିବ। ସୱାଇ ମାଧପୁରରେ ସକାଳ ୮ ଟାରୁ ୧ ଟା ପର୍ଯ୍ୟନ୍ତ, ଅଜମେର ଡିଭିଜନର ତିନୋଟି ଜିଲ୍ଲାରେ ସକାଳ ୬ ଟାରୁ ରାତି ୧:୩୦ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସମ୍ପୂର୍ଣ୍ଣ ବନ୍ଦ ରହିବ।

   Related Posts