ବର୍ଷା ଯୋଗୁଁ ଆସନ୍ତା କାଲି ୮ ଜିଲ୍ଲାରେ ସମସ୍ତ ସ୍କୁଲରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

Published By : Prameya-News7 Bureau | October 24, 2019 IST

ଭୁବନେଶ୍ୱର - ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଯୋଗୁଁ ଅବସ୍ଥା ବେହାଲ । ୨୪ ଘଣ୍ଟା ମଧ୍ୟରେ ପୁରୀରେ ୧୬୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କୃଷ୍ଣପ୍ରସାଦରେ ୨୪୯.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ରାଜ୍ୟରେ ବନ୍ୟା ଭୟ ନଥିବା ଏସ୍‌ଆରସି କହିଛନ୍ତି । ଦୁଇ ଦିନର ଲଗାଣ ବର୍ଷାରେ ୫ଟି ଜିଲ୍ଲାରେ ଶହେ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ୪୮ଟି ବ୍ଲକ ପ୍ରଭାବିତ ହୋଇଛି ।


। ଏସଆରସିଙ୍କ ସୂଚନା ମୁତାବକ, ବର୍ଷା ଯୋଗୁଁ କିଛିଟା ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାପାଳଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି, ଭଦ୍ରକ, ଢେଙ୍କାନାଳ, କଟକ, କେନ୍ଦ୍ରାପଡା, ପୁରୀ ଓ ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି । ଯାଜପୁର ଜିଲ୍ଲାରେ ଆଜି ଓ କାଲି ୨ ଦିନ ସ୍କୁଲ, ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି ।ପରିସ୍ଥିତିକୁ ଦେଖି ଶୁଖିଲା ଖାଦ୍ୟ ପ୍ରସ୍ତୁତ କରି ରଖାଯାଇଥିବା ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.