ସ୍କୁଲ ଯାଉଥିବା ବାଳିକାମାନଙ୍କୁ ମଧ୍ୟ ପିସିଓଡି ହେବାର ଆଶଙ୍କା

Published By : Prameya-News7 Bureau | November 17, 2018 IST

ଭୁବନେଶ୍ବର ୧୭/୧୧: ସାଧାରଣତଃ ତରୁଣ ବୟସର ଯୁବକଯୁବତୀମାନେ ସୁସ୍ଥ ହୋଇଥିବାରୁ ସେମାନଙ୍କୁ ଅଧିକାଂଶ ରୋଗ ହୋଇନଥାଏ। ତଥାପି ବେଳେବେଳେ ହରମୋନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ଯେପରିକି ପୁଅମାନଙ୍କ କ୍ଷେତ୍ରରେ ମେଦବହୁଳତା,ଚିନ୍ତାଗ୍ରସ୍ତତା ଏବଂ ଚିଡ଼ଚିଡ଼ାପଣ ଏକ ସାଧାରଣ ସମସ୍ୟା ହୋଇଥାଏ ,ସେହିପରି ଝିଅମାନଙ୍କର ହରମୋନାଲ ପରିବର୍ତ୍ତନ ଯୋଗୁଁ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ। ଆଜିକାଲି ସ୍କୁଲ୍ ଯାଉଥିବା ଝିଅମାନଙ୍କର ମଧ୍ୟ ପଲିସିଷ୍ଟିକ୍ ଓଭାରୀ ସିଣ୍ଡ୍ରୋମ୍ ଦେଖାଯାଉଛି। ଆଜିକାଲି ଝିଅମାନଙ୍କର ପିସିଓଡି ଏକ ସାଧାରଣ ସମସ୍ୟା। ଏଥିରେ ମହିଳାମାନଙ୍କର ଗର୍ଭାଶୟରେ ହରମୋନର ସ୍ତର ବଢ଼ିଯାଇଥାଏ, ଯାହା ଦ୍ବାରା ଓଭାରୀରେ ସୃଷ୍ଟି ହୋଇଥାଏ। ଏହି ସମସ୍ୟା ମହିଳାମାନଙ୍କୁ ହରମୋନାଲ ଅସନ୍ତୁଳନ , ମେଦବହୁଳତା ଏବଂ ଅତ୍ୟଧିକ ଚାପ କାରଣରୁ ହୋଇଥାଏ। ଏହା ସହିତ ଏହା ଜନ୍ମ ସମ୍ବନ୍ଧୀୟ ମଧ୍ୟ ହୋଇଥାଏ। ଶରୀରରେ ଅଧିକ ଚର୍ବି ହେବା କାରଣରୁ ଏଷ୍ଟ୍ରୋଜେନ୍ ହରମୋନର ମାତ୍ରା ବଢ଼ିଥାଏ ଯାହାଦ୍ବାରା ଓଭାରୀରେ ସିଷ୍ଟ ହୋଇଥାଏ। କେତେକ ଝିଅମାନଙ୍କର ଅନ୍ୟ ଝିଅମାନଙ୍କ ତୁଳନାରେ ଋତୁସ୍ରାବରେ ଅଧିକ ରକ୍ତସ୍ରାବ ହୋଇଥାଏ ଏବଂ ବେଶୀ ଦିନ ପର୍ଯ୍ୟନ୍ତ ହୋଇଥାଏ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ କେତେକ ଝିଅମାନଙ୍କୁ ରକ୍ତହୀନତା ରୋଗ ହୋଇଥାଏ। ଏହିଭଳି ପରିସ୍ଥିତିରେ ଡାକ୍ତରଙ୍କ ସାହାଯ୍ୟ ଆବଶ୍ୟକ ହୋଇଥାଏ। ଡାକ୍ତରଙ୍କ କହିବାନୁସାରେ ଜୀବନଶୈଳୀ ଯୋଗୁଁ ମଧ୍ୟ ଆଜିକାଲି ଝିଅମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି ଯେପରିକି ମେଦବହୁଳତା,ନିଦ ନହେବା ଏବଂ ଚାପ। ଏହି ସବୁ ସମସ୍ୟାରୁ ବଞ୍ଚିବା ପାଇଁ କ’ଣ କରିବେ -ସନ୍ତୁଳିତ ଜୀବନଶୈଳୀ -ଶୋଇବା ସମୟ ନିର୍ଦ୍ଧାରଣ କରନ୍ତୁ,ବେଶୀ ରାତି ପର୍ଯ୍ୟନ୍ତ ଜଗନ୍ତୁ ନାହିଁ। -ସକାଳେ ଶୀଘ୍ର ଉଠନ୍ତୁ। -ବ୍ୟାୟାମ କରନ୍ତୁ। -ଚର୍ବିଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। -ଧୂମ୍ରପାନ ଏବଂ ଆଲକୋହଲରୁ ଦୂରେଇ ରୁହନ୍ତୁ। -ଘରେ ରୋଷେଇ ହୋଇଥିବା ଖାଦ୍ୟ ଖାଆନ୍ତୁ। -ପରିଷ୍କାର ପରିଛ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.