ଅସରାଏ ବର୍ଷାରେ ବେହାଲ ସହର: ରାସ୍ତାରେ ଲହଡି ମାରୁଛି ପାଣି, ଯାତାୟତ ବାଧାପ୍ରାପ୍ତ

Published By : Prameya-News7 Bureau | August 27, 2021 IST

ସାଲେପୁର ୨୭/୦୮: ଅସରାଏ ବର୍ଷାରେ ବଜାରର ପ୍ରମୁଖ ରାସ୍ତାରେ ଲହଡି ମାରୁଛି ପାଣି । କଟକ ଜିଲ୍ଲାର ଏକ ପ୍ରମୁଖ ବଜାର ହେଉଛି ସାଲେପୁର । ସାଲେପୁର ଦେଇ ପ୍ରତିଦିନ ହଜାର ହଜାର ଗାଡି ମୋଟର ଯାତାୟାତ କରିଥାଆନ୍ତି କଟକ ଚାନ୍ଦବାଲି ରାସ୍ତାରେ । ସାଲେପୁର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ସାଲେପୁର କୁଆଁପାଳ ରାସ୍ତାରେ ଆଣ୍ଠୁଏ ଲେଖାଏ ପାଣି ଜମୀରହିଥିବା ଦୃଶ୍ୟ ।

wp:gallery {"ids":[501889],"linkTo":"none"} /wp:gallery

ଯାହାଦ୍ୱାରା କି ଯାତାୟାତରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଲୋକମାନେ । ସାଲେପୁର ବଜାରକୁ ଲାଗିଥିବା ଗାଁରେ ସ୍ଥିତି ପୁରା ବେହାଲ।, ମାଛୁଆତି, ଚନ୍ଦ୍ରଦେଇପୁର, ଲୁଣାହାର, ରୋଧପୁର ସାଲେପୁର ଖେଳପଡିଆ, ତହସିଲ, ବ୍ଲକ କାର୍ଯ୍ୟାଳୟ ସହ ସାପ୍ତାହିକ ହାଟରେ ଆଣ୍ଠୁଏ ପାଣି ଲହଡି ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାତାୟାତ ଏକ ପ୍ରକାର ଠପ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

wp:gallery {"ids":[501891],"linkTo":"none"} /wp:gallery

ବିଗତ ଦିନରେ ସାଲେପୁର ବଜାର ଏକ ମୁଖ୍ୟ ସମସ୍ୟା ହେଉଛି, ଡ୍ରେନେଜ ସମସ୍ୟା । ଏହି ସମସ୍ୟା ର ସମଧାନ ପାଇଁ ବିଗତ ଦିନରେ ବହୁବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏହାର କୌଣସି ସମାଧାନ କରାଯାଇନାହିଁ । ଯାହାର ଫଳ ଅସରାଏ ବର୍ଷାରେ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି । ତ୍ୱରିତ ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.