scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କମୁଛି ଯୁବବର୍ଗ ସଂଖ୍ୟା, ତାଇୱାନକୁ ମିଳୁ ନାହାନ୍ତି ନୂଆ ସୈନିକ, ଚୀନ ସହ କିପରି କରିବ ମୁକାବିଲା ?

18/12/2022 at 7:40 PM

ନୂଆଦିଲ୍ଲୀ: ତାଇୱାନକୁ ଗୋଟିଏ ପଟେ ଚୀନଠାରୁ ବିପଦ ଥିବାବେଳେ ଅନ୍ୟପଟେ ନିଜ ଦେଶରେ ହିଁ ବଡ଼ ଚ୍ୟାଲେଞ୍ଜର ସାମନା କରୁଛି । ଦେଶର ଜନସଂଖ୍ୟା ଲଗାତାର ହ୍ରାସ ହେବାରେ ଲାଗିଛି । ଦେଶରେ ଯୁବବର୍ଗଙ୍କ ସଂଖ୍ୟାରେ ବଡ଼ ଧରଣର ହ୍ରାସ ହୋଇଛି । ଏହି କାରଣରୁ ତାଇୱାନ ସେନାରେ ପର୍ଯ୍ୟାପ୍ତ ସଂଖ୍ୟାରେ ନୂଆ ସୈନିକଙ୍କ ଭର୍ତ୍ତି ହୋଇପାରୁ ନାହିଁ ।

ତାଇୱାନ ସେନାରେ ଭର୍ତ୍ତି ପାଇଁ ଯେଉଁ ଲକ୍ଷ୍ୟ ରହିଛି, ତାଠାରୁ ବହୁ ପଛରେ ରହିଛି । ପ୍ରାୟ ଦୁଇ କୋଟି ୩୫ ଲକ୍ଷ ଜନସଂଖ୍ୟା ଥିବା ଏହି ଦେଶର ଗୃହ ମନ୍ତ୍ରାଳୟ ସ୍ୱୀକାର କରିଛି ଯେ ନିମ୍ନ ଜନ୍ମହାର ଦେଶ ପାଇଁ ଏକ ବଡ ସମସ୍ୟା । ୨୦୨୦ ମସିହାରେ ତାଇୱାନ ଜନସଂଖ୍ୟାରେ ପ୍ରଥମ ଥର ହ୍ରାସ ଘଟିଥିଲା। ବିଶେଷଜ୍ଞଙ୍କ ଚେତାବନୀ ଏହା ଭବିଷ୍ୟତରେ ଖରାପ ସ୍ଥିତି ସୃଷ୍ଟି କରିପାରେ । ବର୍ତ୍ତମାନ ସମୟରେ ଚୀନର କମ୍ୟୁନିଷ୍ଟ ସରକାର ତାଇୱାନର ବିଲୟକୁ ନିଜର ପ୍ରାଥମିକତାରେ ରଖିଛି । ଆଜି ଯାଏଁ ତାଇୱାନ ନିଜକୁ ଏକ ସ୍ୱାଧୀନ ରାଷ୍ଟ୍ର ରଖିବାରେ ସଫଳ ରହିଛି ।

ତାଇୱାନ ନ୍ୟାସନାଲ ଡେଭଲପମେଣ୍ଟ କାଉନସିଲ ଅନୁସାରେ ୨୦୩୫ ସୁଦ୍ଧା ୨୦୨୧ ତୁଳନାରେ ପ୍ରତି ବର୍ଷ ହାରାହାରି ୨୦ ହଜାର କମ ପିଲା ଜନ୍ମ ହେବେ । ଗତ ବର୍ଷ ତାଇୱାନରେ ୧,୫୩,୮୨୦ ପିଲା ଜନ୍ମ ହୋଇଥିଲେ । କାଉନସିଲ କହିଛି ଯେ ୨୦୨୩ ସୁଦ୍ଧା ତାଇୱାନ ସବୁଠୁ କମ ଜନ୍ମ ହାର ଥିବା ଅଞ୍ଚଳ ହୋଇଯିବ । ଅର୍ଥାତ ଏହି ମାମଲାରେ ତାଇୱାନ ଦ.କୋରିଆକୁ ପଛରେ ପକାଇ ଦେବ । ବର୍ତ୍ତମାନ ସମୟରେ ତାଇୱାନ ସେନାରେ ଏକ ଲକ୍ଷ ୬୨ ହଜାର ସୈନିକ ଅଛନ୍ତି । ଏହି ସଂଖ୍ୟା ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ୭ ହଜାର କମ ରହିଛି । ଏହାର ମୁକାବିଲା ପାଇଁ ତାଇୱାନ ସରକାର ବାଧ୍ୟତାମୂଳକ ସୈନ୍ୟ ସେବା ଉପରେ ନୂଆ ଘୋଷଣା କରିପାରନ୍ତି ।

   Related Posts