ଲକଡାଉନବେଳେ ନାହିଁ ପାର୍ଲର ଯିବାର ଚିନ୍ତା : ଘରେ ବସି ସହଜ ଉପାୟରେ ବଢ଼ିବ ତ୍ବଚାର ଚମକ

Published By : Prameya-News7 Bureau | March 26, 2020 IST

କରୋନା ଭାଇରସର ପ୍ରକୋପ ବୃଦ୍ଧି ପାଉଥିବା ଦେଖି ଭାରତକୁ ୨୧ଦିନ ପାଇଁ ଲକଡାଉନ୍ କରି ଦିଆଯାଇଛି। ଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୬୮୬ରେ ପହଞ୍ଚିଛି। ଲକଡାଉନ୍ କାରଣରୁ ଲୋକେ ଘରୁ ବାହାରି ପାରୁନାହାନ୍ତି ଏବଂ ମହିଳାମାନେ ମଧ୍ୟ ବିୟୁଟି ପାର୍ଲର ଯାଇପାରୁନାହାନ୍ତି। ଏପରି ପରିସ୍ଥିତିରେ ଘରୋଇ ଉପଚାର ସାହାଯ୍ୟରେ ନିଜ ତ୍ବଚାର ଯତ୍ନ ନିଆଯାଇପାରିବ। ଏହି ଘରୋଇ ଉପଚାର କେବଳ ଯେ ଆପଣଙ୍କ ତ୍ବଚାର ଚମକ ବଢ଼ାଇବ ବରଂ ତ୍ବଚା ସମସ୍ୟାକୁ କମ୍ କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଘରୋଇ ଉପଚାର ବିଷୟରେ

ଆଲୋବେରା ଜେଲ୍ : ତ୍ବଚା ପାଇଁ ଆଲୋବେରା ଜେଲ୍ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍କିନକୁ ଡ୍ୟାମେଜ ହେବାରୁ ରୋକିଥାଏ ଏବଂ ବ୍ରଣ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଆଲୋବେରା ଜେଲରେ ଲେମ୍ବୁ ରସ ମିଶାଇ ଏବଂ ୧୦ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ। ଏହାକୁ ଆପଣ ପ୍ରତିଦିନ ନିଜ ତ୍ବଚାରେ ଲଗାଇ ପାରିବେ।

ଦହି ଏବଂ ବେସନ : ଇନଷ୍ଟାଣ୍ଟ ଗ୍ଲୋ ପାଇଁ ଦହି ଏବଂ ବେସନର ଉପଯୋଗ କରାଯାଇଥାଏ। ଦହି ଏବଂ ବେସନର ପେ​‌ଷ୍ଟ କରି ଏହାକୁ ୩୦-୩୫ମିନିଟ୍ ମୁହଁରେ ଲଗାଇ ଛାଡ଼ି ଦିଅନ୍ତୁ। ଶୁଖିବା ପରେ ମୁହଁକୁ ହାଲୁକା ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ୨-୩ଥର ଏହି ପ୍ୟାକକୁ ଲଗାନ୍ତୁ।

ଗ୍ରୀନ୍ ଟି : ଗ୍ରୀନ ଟି ରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ବ୍ରଣ,ଡାର୍କ ସର୍କଲକୁ କମ୍ କରିବାରେ ସହାୟକ ହୋଇଥାଏ। ଗ୍ରୀନ ଟି ବ୍ୟାଗକୁ ପାଣିରେ ବତୁରାନ୍ତୁ ଏବଂ ଏହାକୁ ଥଣ୍ଡା ହେବା ପାଇଁ ଫ୍ରିଜରେ ରଖି ଦିଅନ୍ତୁ। ଏହା ପରେ ଏହାକୁ ଆଖି ତଳେ ୧୦ମିନିଟ୍ ରଖନ୍ତୁ। ଏହାକୁ ଆପଣ ପ୍ରତିଦିନ କରି ପାରିବେ।

ହଳଦୀ ଏବଂ ମହୁ : ହଳଦୀ ଏବଂ ମହୁରେ ଆଣ୍ଟି ଇନଫ୍ଲାମେଟୋରି ଏବଂ ଆଣ୍ଟି ସେପ୍ଟିକ୍ ଗୁଣ ରହିଥାଏ,ଯାହା ତ୍ବଚା ପାଇଁ ଲାଭଦାୟକ ହୋଇଥାଏ। ଏହା ମୃତ କୋଷକୁ ନଷ୍ଟ କରିଥାଏ ଏବଂ ପୋର୍ସକୁ ପରିଷ୍କାର କରିବାରେ ସାହାଯ୍ୟ କରିଥାଏ। ହଳଦୀ ଏବଂ ମହୁର ପେଷ୍ଟ କରି ନିଜ ତ୍ବଚାରେ ୩୦ମିନିଟ୍ ଲଗାଇ ଛାଡ଼ି ଦିଅନ୍ତୁ। ଏହା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇ ଥର ଆପଣ ଏହା କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.