କରୋନା ସକାଶେ ଭାଙ୍ଗିଲା ୪୬ ବର୍ଷର ପରମ୍ପରା: ଏଥର ହେବ ନାହିଁ ବୋଇତ ବନ୍ଦାଣ ଉତ୍ସବ
29/11/2020 at 10:44 PM

ପାଟଣା୨୯/୧୧: କରୋନା କଟକଣା ପାଇଁ ଭାଙ୍ଗିଲା ୪୬ ବର୍ଷର ପରମ୍ପରା ଚଳିତ ବର୍ଷ ରାଜନଗରରେ ପାଳିତ ହେବ ନାହିଁ ବୋଇତ ବନ୍ଦାଣ ଉତ୍ସବ । ଜିଲ୍ଲା ପ୍ରଶାସନ ନିର୍ଦ୍ଧେଶ ପରେ ବୋଇତ ବନ୍ଦାଣ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଏ ନେଇ ରାଜନଗର ବୋଇତ ବନ୍ଦାଣ କମିଟି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ସୂଚନାଥାଉକି ପ୍ରତ୍ୟେକ ବର୍ଷ ରାଜନଗର ସ୍ଥିତ ପୁଣ୍ୟତୋୟା ବୈତରଣୀ ନଦୀର ଶୈବ୍ୟାକାବେରୀ ପୀଠରେ କେନ୍ଦୁଝର, ପୋଡ଼ଶୀ ଜିଲ୍ଲା ମୟୂରଭଞ୍ଜ ଓ ପୋଡ଼ଶୀ ରାଜ୍ୟ ଝାଡ଼ଖଣ୍ଡ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାରେ ବୁଡ଼ ପକାଇବା ସହିତ ଡ଼ଙ୍ଗା ଭସାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି।
ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ବାବୁଲି ସିଂହ, ଭାଗିରଥି ସିଂହ, ଧରଣୀଧର ଦାଶ, ଦେବେନ୍ଦ୍ର ସିଂହ, ରଞ୍ଜନ ପାଣି, ବସନ୍ତ ମିଶ୍ର , ତୃପ୍ତି ରଞ୍ଜନ ସିଂହ ଉକ୍ତ ଉତ୍ସବକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି।