ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ପାଣି

Published By : Prameya-News7 Bureau | August 08, 2018 IST

ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପାଣି ହୋଇଛି । କାଙ୍କୁରୁକୋଣ୍ଡା ନଦୀ ପୋଲ ଉପରେ ୩ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେପଟେ କାଲିମେଲା ବ୍ଲକଠାରୁ ମାତ୍ର ୮ କିଲୋମିଟର୍ ଦୂରରେ ଥିବା କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି । ଫଳରେ ଆଜି ସକାଳଠାରୁ କାଲିମେଲା ଏବଂ ପଡିଆ ବ୍ଲକକୁ ଯୋଗାଯୋଗ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି । ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.