ଭିଜିଲାନ୍ସ ଜାଲରେ ଦୁଧାରୀ RI କ୍ଷୀରାବ୍ଧି ତନୟା, ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

Published By : Prameya-News7 Bureau | November 18, 2021 IST

କୋରାପୁଟ ୧୮।୧୧: ଭିଜିଲାନ୍ସ ଜାଲରେ ପଡିଲେ ରାଜସ୍ବ ନୀରିକ୍ଷକ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଦୁଧାରୀ ଆରଆଇ  କ୍ଷୀରାବ୍ଧି ତନୟା ସ୍ବାଇଁ ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ସେମିଳିଗୁଡା ତହସିଲ ଦୁଧାରୀ ଆରଆଇ କ୍ଷୀରାବ୍ଧି ତନୟା ସ୍ବାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଡୋଳିଆମ୍ବ ଗ୍ରାମର ଜୟରାମ ପାଙ୍ଗୀଙ୍କଠାରୁ ଉତ୍ତରାଧିକାରୀ ପ୍ରମାଣପତ୍ର ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ଦ୍ବାରା ଧରାପଡିଛି । ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ର ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ଏସପି ବନମାଳୀ ପ୍ରଧାନ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.