ବାଇକ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର, ୨୦୨୧ରେ ଡୁକାଟି ଲଞ୍ଚ କରିବ ୧୨ ମୋଟର ସାଇକେଲ୍‌

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ ୦୬/୦୧: ବାଇକ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। ଡୁକାଟି ଇଣ୍ଡିଆ ଆଣୁଛି ନୂଆ ବାଇକ୍‌। ଚଳିତ ବର୍ଷ ୧୨ଟି ନୂଆ ମୋଟର ସାଇକେଲ୍‌ ଲଞ୍ଚ କରିବାକୁ ଯୋଜନା ରଖିଛି ଡୁକାଟି ଇଣ୍ଡିଆ। ଏହା ମଧ୍ୟରେ ଡୁକାଟି ସ୍କ୍ରାମ୍ବଲର ମଧ୍ୟ ରହିଛି।

୨୦୨୧ର ପ୍ରଥମ ତୈମାସିକ ମଧ୍ୟରେ ଡୁକାଟି ବିଏସ୍‌ ୬ ସ୍କ୍ରାମ୍ବଲର, ଏକ୍ସ ଡାୟାଭେଲ୍‌ ଲଞ୍ଚ କରିବ। ଏହା ପରେ ମଲ୍ଟିଷ୍ଟ୍ରାଡା ଭି୪, ଷ୍ଟ୍ରିଟ୍‌ ଫାଇଟର ଭି୪ ଏବଂ ଏମଓ୍ବାଇ ୨୦୨୧ ପାନିଗଲ୍‌ ଭି୪ ବି ଲଞ୍ଚ କରିବ କମ୍ପାନୀ। ପରବର୍ତ୍ତୀ ସମୟରେ କମ୍ପାନୀ ମନଷ୍ଟର, ସୁପର ସ୍ପୋର୍ଟ ୯୫୦ ଓ ହାଇପର ମୋଟାର୍ଡ ୯୫୦ ଆରଭିଇର ଉନ୍ନତ୍ତିକରଣ କରି ବଜାରକୁ ଛାଡ଼ିବ।

{"id":388082,"sizeSlug":"large","linkDestination":"none"}

ଅନ୍ୟପଟେ କମ୍ପାନୀ ପକ୍ଷରୁ ବିଏସ୍‌ ୬ ସ୍କ୍ରାମ୍ବଲର ଆଇକନ୍‌ ଏବଂ ସ୍କ୍ରାମ୍ବଲର ଆଇକନ୍‌ ଡାର୍କ ପାଇଁ ବୁକିଂ ଆରମ୍ଭ ହୋଇଛି। କରୋନା ପାଇଁ ସବୁ ଯୋଜନା ଫେଲ୍‌ ମାରିଥିଲା। କିନ୍ତୁ ପରିସ୍ଥିତି ସୁଧୁରିବା ପରେ କମ୍ପାନୀ ନୂଆ ମଡେଲ୍‌ ଲଞ୍ଚ କରିବାକୁ ଯାଉଛି। ପ୍ରତି କ୍ବାର୍ଟରରେ ନୂଆ ବାଇକ୍‌ ଲଞ୍ଚ ହେବାକୁ ଯାଉଥିବାରୁ କର୍ମଚାରୀ ଓ ଗ୍ରାହକଙ୍କ ମହଲରେ ଖୁସି ଫେରିଛି ବୋଲି ଡୁକାଟି ଇଣ୍ଡିଆ ଏମଡି ବିପୁଳ ଚନ୍ଦ୍ର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.