ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଦୁବାଇରେ ଖୋଲିବ ଭବ୍ୟ ହିନ୍ଦୁ ମନ୍ଦିର, ନିର୍ମାଣ ହେବାକୁ ଲାଗିଲା ୩ ବର୍ଷ

4/10/2022 at 10:49 AM

ନୂଆଦିଲ୍ଳୀ ୦୪।୧୦: ଗୋଟିଏ ଦିନରେ ପରେ ଦଶହରା। ଗୋଟିଏ ଦିନ ଅର୍ଥାତ୍ ଆଜି ଦୁବାଇରେ ଖୋଲିବ ହିନ୍ଦୁ ମନ୍ଦିର। ଏହି ମନ୍ଦିରଟି ଦୁବାଇର ଜେବଲ୍ ଅଲି ଅଞ୍ଚଳରେ ଅବସ୍ଥିତ। ଏହି ମନ୍ଦିରଟି ପ୍ରସ୍ତୁତ ହେବାକୁ ଲାଗିଥିଲା ୩ବର୍ଷ। ଏହାର ପ୍ରାର୍ଥନା ଗୃହରେ ୧୬ ଦେବା ଦେବୀଙ୍କ ମୂର୍ତ୍ତି ରହିଛି । ଯେଉଁଥିରେ ଭଗବାନ ଶିବ, ଦେବୀ ମହାଲକ୍ଷ୍ମୀ, ଶ୍ରୀକୃଷ୍ଣ ଏବଂ ଗଣେଷଙ୍କ ରହିଛି। ୮୦ ହଜାର ବର୍ଗଫୁଟରେ ଏହି ମନ୍ଦିରରେ ଗୁରୁ ଗ୍ରନ୍ଥ ସାହେବଙ୍କୁ ମଧ୍ୟ ରଖାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଏହି ମନ୍ଦିରର ଉଦଘାଟନ କରାଯିବ। ଏହି ସମାରୋହରେ ୟୁଏଇର ମିନିଷ୍ଟର ଅଫ୍‌ ଟଲରେନ୍ସ ଶେଖ ନହ୍ୟାନ ମବାରକ ଅଲ ନହ୍ୟାନ୍‌ ଏବଂ ୟୁଏଇରେ ଭାରତର ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର ମଧ୍ୟ ଯୋଗଦେବେ।

ଫେବୃଆରୀ ୨୦୨୦ରେ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଦଶନ୍ଧି ଧରି ଭାରତୀୟମାନେ ମଧ୍ୟ ସେମାନଙ୍କ ପାଇଁ ପ୍ରାର୍ଥନା କରିବାର ସ୍ଥାନ ପାଇବାକୁ ସ୍ୱପ୍ନ ଦେଖିଥିଲେ। ଏହି ମନ୍ଦିର ଲୋକମାନଙ୍କ ପାଇଁ ୫ ଅକ୍ଟୋବର ଅର୍ଥାତ୍ ଦଶହରା ପାଇଁ ଖୋଲାଯିବ। ଗଲ୍ଫ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ସମସ୍ତ ଧର୍ମର ଲୋକ ଏବଂ ଅନ୍ୟ ପରିଦର୍ଶକମାନେ ଏଥିରେ ପ୍ରବେଶ କରିପାରିବେ। ଧଳା ମାର୍ବଲରେ ନିର୍ମିତ ଏହି ଭବ୍ୟ ମନ୍ଦିରର ଓପନିଂ ୧ ସେପ୍ଟେମ୍ବର ୨୦୨୨ରେ କରାଯାଇଥିଲା । ସେହି ସମୟରେ ହଜାର ହଜାର ଭକ୍ତ ମନ୍ଦିର ପରିଦର୍ଶନ କରିଥିଲେ। କିନ୍ତୁ ଆଜି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବ। ମନ୍ଦିରର ସ୍ତମ୍ଭଗୁଡ଼ିକ ସଜାଯାଇଛି ଏବଂ ଛାତରୁ ଘଣ୍ଟି ଝୁଲାଯାଇଛି ।

ବର୍ତ୍ତମାନ, ଭକ୍ତମାନଙ୍କୁ ୱେବସାଇଟରୁ QR କୋଡ୍ ଆଧାରିତ ବୁକିଂ ସିଷ୍ଟମ ମାଧ୍ୟମରେ ଦର୍ଶନ ପାଇଁ ଏକ ଆପଏଣ୍ଟମେଣ୍ଟ କରିବାକୁ ପଡିବ। ମୁଖ୍ୟ ପ୍ରାର୍ଥନା ହଲ୍‌ରେ ନିଜେ ସମସ୍ତ ଦେବତାଙ୍କର ମୂର୍ତ୍ତିଗୁଡ଼ିକୁ ରଖିଯାଇଛି। ମୁଖ୍ୟ ଗୁମ୍ଵଜରେ 3Dର ପ୍ରିଣ୍ଟେଡ୍‌ର ଗୋଲାପୀ ରଙ୍ଗର କମଲ ଦେଖାଯିବ। ଏହାର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଦୁବାଇର ଏହି ନୂତନ ମନ୍ଦିରରେ ଦର୍ଶନ କେବଳ ସକାଳ ୬.୩୦ରୁ ରାତି ୮ ଟା ପର୍ଯ୍ୟନ୍ତ କରାଯାଇପାରିବ। ଏହା ଅକ୍ଟୋବର ୫ ପାଇଁ ଆପଏଣ୍ଟମେଣ୍ଟ କରିଥିବା ପରିଦର୍ଶକମାନେ ଯେକୌଣସି ସମୟରେ ପରିଦର୍ଶନ କରିପାରିବେ। ୧୦୦୦-୧୨୦୦ ଲୋକ ଆରାମରେ ଏହି ମନ୍ଦିର ପରିଦର୍ଶନ କରିପାରିବେ। ଏହି ହିନ୍ଦୁ ମନ୍ଦିର ଦୁବାଇର ଏଭଳି ଏକ ସ୍ଥାନରେ ଖୋଲିଛି। ଯେଉଁଠାରେ ଅନେକ ଚର୍ଚ୍ଚ ଏବଂ ଗୁରୁ ନାନକ ଦରବାର ଗୁରୁଦ୍ୱାର ଅଛି।

   Related Posts