ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଖେଳମନ୍ତ୍ରୀଙ୍କ ବିରୋଧରେ ୨.୪ବିଲିୟନSL ଟଙ୍କାର ମାନହାନୀ ମୋକଦ୍ଦମା ରୁଜୁ

Published By : Prameya-News7 Bureau | November 16, 2023 IST

କଲମ୍ବୋ ୧୬।୧୧: ଶ୍ରୀଲଙ୍କା କ୍ରିକେଟ୍ (ଏସଏଲସି) ‘ଅପମାନଜନକ ବୟାନ’ ଲାଗି କ୍ରିଡାମନ୍ତ୍ରୀ ରୋଶନ ରଣସିଂହେଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଛି, ଫଳରେ ଦେଶରେ କ୍ରିକେଟର ପ୍ରଶାସନିକ ସଂକଟ ଏବେ ଗୁରୁତର ରୂପ ଧାରଣ କରିଛି। ଏସଏଲସିଙ୍କ ବୟାନ ଅନୁସାରେ କ୍ରିଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ରୋସନ ରଣସିଂହେଙ୍କ ଲଗାତାର ଅପମାନଜନକ ବୟାନର ଜବାବରେ ଶ୍ରୀଲଙ୍କା କ୍ରିକେଟ୍ ନିଜର ପ୍ରତିଷ୍ଠା ଓ ଅଖଣ୍ଡତା ରକ୍ଷା ନିମନ୍ତେ ଏହି ନିର୍ଣ୍ଣାୟକ ପଦକ୍ଷେପ ନେଇଥିବା କହିଛି।

ଏଥିରେ କୁହାଯାଇଛି ଯେ ଶ୍ରୀଲଙ୍କା କ୍ରିକେଟ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ କୋଷାଧ୍ୟକ୍ଷ ୧୩ ମଭେମ୍ବର ୨୦୨୩ରେ ମିଳିତ ରୂପେ କଲମ୍ବୋ ଜିଲ୍ଲା ନ୍ୟାୟାଳୟରେ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଛନ୍ତି।  ଯେଉଁଥିରେ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ୨.୪ ବିଲିୟନ ଶ୍ରୀଲଙ୍କା ମୁଦ୍ରାରେ କ୍ଷତିପୂରଣ ଦାବି କରାଯାଇଛି। ଏସଏଲସିକୁ ମାତ୍ରାଧିକ ସରକାରୀ ହସ୍ତକ୍ଷେପ କାରଣରୁ ଆଇସିସି ନିଲମ୍ବିତ କରିଛନ୍ତି। ରଣସିଂହେ ବିଶ୍ୱକପରେ ଟିମ୍‌ର ଦୁର୍ବଳ ପ୍ରଦର୍ଶନକୁ ନେଇ ଅନେକବାର ବୋର୍ଡ  ବିରୋଧରେ ଭ୍ରଷ୍ଟାଚାର ଓ କୁ ପ୍ରବନ୍ଧନର ଅଭିଯୋଗ କରିଥିଲେ।

{"id":870635,"width":840,"height":473,"sizeSlug":"full","linkDestination":"none"}

ତେବେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ କହିଛନ୍ତି ଯେ ଖେଳମନ୍ତ୍ରୀଙ୍କ ଏପରି ମିଥ୍ୟା ଓ ହାନିକାରକ ବୟାନ ଯୋଗୁ ଘରୋଇ ଅନ୍ତର୍ଜାତୀୟ ସ୍ତରରେ ଟିମ୍‌ ନିନ୍ଦିତ ହେଉଛି। ଏପରି ବୟାନବାଜୀ ନିମନ୍ତେ ଟିମର ଛବି ଖରାପ ହେବା ସହ ସମ୍ମାନକୁ ଆଞ୍ଚ ଆସିଛି। ଏଣୁ ସଙ୍ଗଠନ ଓ ଏହାର ସଦସ୍ୟଙ୍କ ପ୍ରତିଷ୍ଠା ରକ୍ଷା ନିମନ୍ତେ ଏହି ପଦକ୍ଷେପ ଆବଶ୍ୟକ ଥିଲା। ଏସଏଲସି କହିଛନ୍ତି ଯେ ଆଇନଗତ କାର୍ଯ୍ୟାନୁଷ୍ଠାନର ଉଦ୍ଦେଶ୍ୟ କ୍ରିଡା ସମୂଦାୟରେ ଶ୍ରୀଲଙ୍କା କ୍ରିକେଟର ସ୍ଥିତିରେ ହୋଇଥିବା ଅନୁଚିତ କ୍ଷତିର ସୁଧାର କରିବା।

ଏହି କାର୍ଯ୍ୟାନୁଷ୍ଠାନ ଭାରତରେ ଚାଲିଥିବା କ୍ରିକେଟ ବିଶ୍ୱକପରୁ ଶ୍ରୀଲଙ୍କା ଟିମ୍‌ ବାଦ ପଡିବା ପରେ ‘ଅତ୍ୟଧିକ ସରକାରୀ ହସ୍ତକ୍ଷେପ’ ନିମନ୍ତେ ଆଇସିସି ଦ୍ୱାରା ଶ୍ରୀଲଙ୍କା କ୍ରିକେଟକୁ ନିଲମ୍ବିତ କରାଯିବା ପରେ ହୋଇଛି। ନଭେମ୍ବର ୧୦ ତାରିଖ ଦିନ ମନ୍ତ୍ରୀଙ୍କ ଦ୍ୱାରା ବୋର୍ଡକୁ ବରଖାସ୍ତ କରାଯିବା ଓ ଏକ ସ୍ଥାନୀୟ କୋର୍ଟ ଦ୍ୱାରା ପୁଣି ବୋର୍ଡକୁ ସ୍ଥାପନା କରାଯିବା ଯୋଗୁ ଆଇସିସି ଏସଏଲସିକୁ ତତ୍କାଳ ପ୍ରଭାବରେ ନିଲମ୍ବିତ କରିଥିଲେ।

ମହମ୍ମଦ ସାମିଙ୍କୁ ନେଇ ଦିଲ୍ଲୀ ପୋଲିସର ମଜାଳିଆ ଟ୍ବିଟ୍; ‘ପ୍ଲିଜ୍ ଆରେଷ୍ଟ୍ କରିବନି’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.