ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଲାଞ୍ଚ ନେଇ ଧରାପଡିଲେ ଡିଏସ୍‌ପି, ୩୦ ହଜାର ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ

30/08/2022 at 1:15 PM

ଢେଙ୍କାନାଳ ୩୦।୦୮: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଡିଏସ୍‌ପି । ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଢେଙ୍କାନାଳ ଡିଏସ୍‌ପି ଅଭିନବ ଡାଳୁଆ ।

ଖବର ଅନୁଯାୟୀ, ଢେଙ୍କାନାଳ ସଦର ଥାନା ଦାୟିତ୍ୱରେ ଥିଲେ ଅଭିନବ ଡାଳୁଆ । ହେଲେ ଜଣେ ବ୍ୟକ୍ତିଙ୍କ ଠାରୁ କୌଣସି କାମ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଠିକ୍‌ ଏହି ସମୟରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । ଆଉ ନଗଦ ୩୦ ହଜାର ଟଙ୍କା ସହ ଡିଏସ୍‌ପିଙ୍କୁ ଧରିଥିଲା ଭିଜିଲାନ୍ସ ।

ତେବେ କଣ ପାଇଁ ଲାଞ୍ଚ ନେଉଥିଲେ ସଦର ଥାନା ଡିଏସ୍‌ପି । ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ । କିଛି ସମୟ ମଧ୍ୟରେ ଭିଜିଲାନ୍ସ ପକ୍ଷରୁ ଏନେଇ ସବିଶେଷ ତଥ୍ୟ ଦିଆଯାଇପାରେ ।

   Related Posts