ଆତଙ୍କବାଦୀ ଡିଏସ୍‌ପି : ଅଫଜଲ ସହ ଦେବୀନ୍ଦରଙ୍କର ଥିଲା ସଂପର୍କ,୧୨ଲକ୍ଷ ଟଙ୍କା ନେଇ ଆତଙ୍କୀଙ୍କୁ କରିଥିଲେ ସାହାଯ୍ୟ

Published By : Prameya-News7 Bureau | January 14, 2020 IST

ଶ୍ରୀନଗର ୧୪।୦୧: DSP ଦେବିନ୍ଦର ସିଂହଙ୍କ ଗିରଫ ହେବା ପରେ  ଧୀରେ ଧୀରେ ଖୋଲୁଛି ସବୁ ଗୁମର । ତାଙ୍କର ଗୋଟିଏ ପରେ ଗୋଟିଏ କଳା କାରନାମା ପଦାକୁ ଆସିବାରେ ଲାଗିଛି । ଆତଙ୍କବାଦୀଙ୍କୁ ଡିଏସ୍‌ପି ଆଶ୍ରୟ ଦେବା ସହିତ ଫାଶୀ ପାଇଥିବା ଆତଙ୍କବାଦୀ ଅଫଜଲ୍  ଗୁରୁ ସହ ମଧ୍ୟ ସଂପର୍କ ଥିବା ଜଣାପଡିଛି । ପୁଲୱାମା ଆକ୍ରମଣ ଘଟଣାରେ ତାଙ୍କର ସଂପୃକ୍ତି ଥିବା ନେଇ ଚର୍ଚ୍ଚା ମଧ୍ୟ ହେଲାଣି । ଆତଙ୍କବାଦୀଙ୍କ ସହିତ ସଂପର୍କ ଅଭିଯୋଗରେ ଧରାପଡ଼ିଥିବା ଜମ୍ମୁ ଓ କଶ୍ମୀର ପୁଲିସ ଅଧିକାରୀ (ଡିଏସ୍‌ପି) ଦେବିନ୍ଦର ସିଂହଙ୍କ ଠାରୁ ଅନେକ ବିସ୍ଫୋରକ ତଥ୍ୟ ମିଳିଛି। ସେ ଆତଙ୍କବାଦୀମାନଙ୍କୁ ନିଜ ସରକାରୀ ଘରେ ଆଶ୍ରୟ ଦେଉଥିଲେ।

{"id":211051,"width":582,"height":326,"sizeSlug":"large"}

ସେମାନଙ୍କୁ ନିରାପଦରେ ରାଜ୍ୟ ବାହାରକୁ ଯିବାରେ ସହାୟତା କରୁଥିଲେ। ଏପରିକି ଆଗାମୀ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କବାଦୀମାନଙ୍କୁ ଦିଲ୍ଲୀ ପଠାଇବା ଲାଗି ମଧ୍ୟ ଯୋଜନା କରିଥିଲେ। ଏହି ଯୋଜନା ଅନୁଯାୟୀ ଆତଙ୍କବାଦୀମାନଙ୍କୁ ଜାମ୍ମରୁ ହରିୟାଣା, ପରେ ଦିଲ୍ଲୀରେ ପହଞ୍ଚାଇବା ପାଇଁ ୧୨ଲକ୍ଷ ଟଙ୍କା ନେଇଥିବା ସୂଚନା ରହିଛି । ତେବେ ଏଭଳି ଯୋଜନା ପଛରେ ତାଙ୍କର ଉଦ୍ଦେଶ୍ୟ କଣ ଥିଲା ସେ ସଂପର୍କରେ ଏକ ମିଳିତ ଟିମ୍ ପଚରାଉଚରା ଚଳାଇଛି। ତେବେ ସବୁଠାରୁ ବିସ୍ଫୋରକ ତଥ୍ୟ ହେଲା ଯେ ସଂସଦ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡ ପାଇଥିବା ଅଫଜଲ ଗୁରୁ ସହିତ ମଧ୍ୟ ତାଙ୍କର ସଂପର୍କ ଥିଲା ବୋଲି କୁହାଯାଉଛି। ମାମଲାର ତଦନ୍ତ ଚଳାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଶ୍ରୀନଗର ସ୍ଥିତ ତାଙ୍କ ବାସଭବନରେ ସିଂହ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ। କଡ଼ା ସୁରକ୍ଷା ମଧ୍ୟରେ ରହୁଥିବା ଡିଏସ୍ ପି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ ମଧ୍ୟ ଏ ସଂକ୍ରାନ୍ତରେ କେହି କିଛି ଜାଣି ପାରିନଥିଲେ।

{"id":211064,"sizeSlug":"large"}

ତେବେ ଗତ ଶନିବାର ଦିନ ସେ ୩ ଆତଙ୍କବାଦୀଙ୍କୁ କାଶ୍ମୀରରୁ ଦିଲ୍ଲୀ ପଠାଇବାପାଇଁ ବ୍ୟବସ୍ଥା କରୁଥିବା ବେଳେ ସେହି ଆତଙ୍କବାଦୀଙ୍କ ସହ ଧରା ପଡ଼ିଥିଲେ। ଡିଏସ୍ ପି ଦେବିନ୍ଦର ଗିରଫ ହେବାପରେ ତାଙ୍କ ବାସଭବନରେ ଚଢ଼ାଉ ହୋଇଥିଲା। ଡିଏସ୍ ପିଙ୍କ ବାସଭବନରୁ ଏକେ ୪୭ ରାଇଫଲ୍  ଏବଂ ୨ଟି ପିସ୍ତଲ ମିଳିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଦେବିନ୍ଦର ସିଂହ ଗତ ଶୁକ୍ରବାର ଦିନ ୩ ଆତଙ୍କବାଦୀ ତଥା ଶୀର୍ଷ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ନବୀଦ ଏବଂ ତା’ର ଅନ୍ୟ ୨ ସହଯୋଗୀ ଇରଫାନ୍  ଏବଂ ରଫିକୁ ସୁରକ୍ଷା ଦେଇ ଦକ୍ଷିଣ କାଶ୍ମୀରର ସୋପିଆନ୍ ରୁ ଶ୍ରୀନଗରର ବାଦାମୀ ବାଗ୍ କ୍ୟାଣ୍ଟନ୍ ମେଣ୍ଟ୍  ନିକଟସ୍ଥ ତାଙ୍କ ବାସଭବନକୁ ନେଇଥିଲେ।  ନିଜ ବାସଭବନ ରେ ଡିଏସ୍ ପି ସେମାନଙ୍କୁ ସାରାରାତି ଆଶ୍ରୟ ଦେଇଥିଲେ। ଶନିବାର ଦିନ ସକାଳେ ସେମାନେ ଜମ୍ମୁ ଅଭିମୁଖେ ବାହାରିଥିଲେ। ଜମ୍ମୁରୁ ଡିଏସ୍ ପି ସେମାନଙ୍କୁ ଦିଲ୍ଲୀ ପଠାଇଥାନ୍ତେ। କିନ୍ତୁ ଡିଏସ୍ ପିଙ୍କ ସହ ଏହି ୩ ଆତଙ୍କବାଦୀ ଜମ୍ମୁ-ଶ୍ରୀନଗର ରାଜପଥରେ ଏକାଠି ସେମାନଙ୍କୁ ଗିରଫ କରାଯାଇଥିଲା।

{"id":211053,"sizeSlug":"large"}

୨୦୦୧ ସଂସଦ ଆକ୍ରମଣରେ ଦେବୀନ୍ଦର ସିଂହଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଅଫଜଲ୍  ଗୁରୁ ସହ ମଧ୍ୟ ତାଙ୍କର ସମ୍ପୃକ୍ତି ଥିବା କୁହାଯାଇଥିଲା। ଡିଏସ୍ ପିଙ୍କୁ ଏବେ ଗୁଇନ୍ଦା ସଂସ୍ଥା ଏବଂ ସୁରକ୍ଷାବାହିନୀର ଯୁଗ୍ମ ଟିମ୍  ଦ୍ବାରା ଜେରା କରାଯାଉଛି। ଆଗକୁ ସାଧାରଣତନ୍ତ୍ର ଦିବସ ଥିବାବେଳେ ଆତଙ୍କବାଦୀମାନେ କିଛି ଷଡ଼ଯନ୍ତ୍ର କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଦେବିନ୍ଦର ସିଂହ ଶ୍ରୀନଗରର ଇନ୍ଦିରା ନଗରରେ ଏକ ଘର ନିର୍ମାଣ କରୁଛନ୍ତି। ତାଙ୍କ ଘର ନିକଟରେ ସେନାଘାଟି ଅଛି। ତଦନ୍ତକାରୀ ଟିମ୍  ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ଦେବିନ୍ଦର ସିଂହ ୬ ମାସ ତଳେ ରାଷ୍ଟ୍ରପତି ପୋଲିସ ମେଡାଲରେ ସମ୍ମାନୀତ ହୋଇଥିଲେ। ସେ ଏବେ ବିମାନଘାଟୀ ସୁରକ୍ଷା ଦାୟିତ୍ବରେ ଥିଲେ। ଜମ୍ମୁ-କଶ୍ମୀର ଗିରଫ ପୁଲିସ୍ ଅଫିସର ଦେବେନ୍ଦ୍ରଦର ସିଂହ ମାମଲାରେ ଏବେ ବଡ ଖୁଲାସା । ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ବେଳେ ଶ୍ରୀନଗର ଆର୍ମି ବେସ ପାଖରେ ଏକ ଘର କରୁଥିଲା ।  ଶନିବାର ଡିଏସପି ଦେବେନ୍ଦ୍ରଙ୍କ ସହ ୩ ଜଣ ଆତଙ୍କବାଦୀଙ୍କୁ ପୁଲିସ୍  ଗିରଫ କରିଥିଲା। ଜେରା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.