ଡିଏସ୍‌ପିଙ୍କ ପ୍ରେମ କାହାଣୀ: ବିବାହିତା କନଷ୍ଟେବଳଙ୍କ ସହ ପ୍ରେମ-ପ୍ରତାରଣା ପୁଣି ବ୍ଲାକମେଲିଂ, ଏବେ ପୋଲିସ୍ କବଜାରେ ରସିକିଆ ପୋଲିସ୍ ଅଧିକାରୀ

Published By : Prameya-News7 Bureau | December 18, 2020 IST

କଳାହାଣ୍ଡି୧୮/୧୨: ପୋଲିସ୍ କବଜାରେ ରସିକିଆ ପୋଲିସ୍ ଅଧିକାରୀ। ପୋଲିସ୍ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଜଣେ ବିବାହିତା ମହିଳାଙ୍କ ସହ ପ୍ରେମ ଓ ପ୍ରତାରଣା ସହ ବ୍ଲାକମେଲିଂ କରିବା ଭଳି ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାଲକାନଗିରି ସଦର ଥାନା ଡିଏସ୍‌ପି ଅକ୍ଷୟ ନାୟକଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆସିଛି। କଳାହାଣ୍ଡି ପୋଲିସ ତାଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ମୁତାବକ, ଜଣେ ବିବାହିତା ମହିଳା କନଷ୍ଟେବଳ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ କେସିଙ୍ଗା ଥାନାରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ମହିଳା କନଷ୍ଟେବଳ ଜଣଙ୍କ କେସିଙ୍ଗା ଥାନାରେ କାର୍ଯ୍ୟରତ ଅଛନ୍ତି। ଅଟକ ଡିଏସ୍‌ପି ଅକ୍ଷୟ ନାୟକ ୧୦ ବର୍ଷ ତଳେ କେସିଙ୍ଗାରେ କାର୍ଯ୍ୟରତ ଥିବା ବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିବା କୁହାଯାଉଛି। ସେ ତାଙ୍କୁ ମନ୍ଦିରରେ ବିବାହ କରିଥିଲେ ବୋଲି ମହିଳା କନେଷ୍ଟବଳ ଜଣଙ୍କ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.