ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ୍‌ କରି ସାହାଯ୍ୟ ମାଗିଲେ ସର୍ଜିକାଲ ଷ୍ଟ୍ରାଇକ୍ ହିରୋ, ୩ ଘଣ୍ଟା ଭିତରେ ଫୋନକରି ସମସ୍ୟା ବୁଝିଲେ ମୋଦି

Published By : Prameya-News7 Bureau | December 19, 2021 IST

ନୂଆଦିଲ୍ଲୀ ୧୯/୧୨ : ବର୍ଷ ୨୦୧୬ରେ ପାକିସ୍ତାନ ଘରେ ପଶି ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ଦେଶବାସୀ କେବେ ଭୁଲିବେନି । ଏଥିରେ ସାମିଲ ଥିବା ଅନେ ବୀର ଯବାନ ଏବଂ ସେନା ଅଧିକାରୀଙ୍କ ସାହସିକତାକୁ ଆଜିବି ମନେ ପକାଉଛନ୍ତି ଦେଶବାସୀ । ଏବେ ସର୍ଜିକାଲ ଷ୍ଟ୍ରାଇକ୍‌ରେ ସାମିଲଥିବା ଜଣେ ସେନାଧିକାରୀଙ୍କ ଟ୍ବିଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ଦୀପେନ୍ଦର ସିଂହ ହୁଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟ୍‌ କରିଥିଲେ ।

ଲେପ୍ଟନାଣ୍ଟ ଜେନେରାଲ ଦୀପେନ୍ଦର ସିଂହ ହୁଡ୍ଡା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ବିଟ୍‌ କରି ତାଙ୍କ ଭଉଣୀ ସୁଷମା ହୁଡ୍ଡାଙ୍କ ଚିକିତ୍ସା ବାବଦରେ କହିଥିଲେ । ଦୀପେନ୍ଦରଙ୍କ ଭଉଣୀ ସ୍ତନ କର୍କଟରେ ପୀଡିତ ଅଛନ୍ତି । ତେବେ ତାଙ୍କର ଚିକିତ୍ସା ପାଇଁ ଆବଶ୍ୟକୀୟ କ୍ୟାନସର ଔଷଧକୁ ଭାରତରେ ମଞ୍ଜୁରୀ ମିଳିନାହିଁ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟ୍‌ କରି ସେହି ଔଷଧକୁ ଭାରତରେ ମଞ୍ଜୁରି ଦେବାକୁ ଅନୁରୋଧ କରିଥିଳେ ।

wp:embed {"url":"https://twitter.com/LtGenHooda/status/1472150413465899008","type":"rich","providerNameSlug":"twitter","responsive":true}
https://twitter.com/LtGenHooda/status/1472150413465899008
/wp:embed

ତେ​ବେ ବଡ କଥା ହେଉଛି ଲେପ୍ଟନାଣ୍ଟ ଜେନେରାଲ ଦୀପେନ୍ଦର ସିଂହ ହୁଡ୍ଡା ପିଏମ୍‌ଙ୍କୁ ଟ୍ବିଟ୍‌ କରିବାର ମାତ୍ର ୩ ଘଣ୍ଟା ମଧ୍ୟରେ ମୋଦି ତାଙ୍କୁ ସିଧାସଳଖ ଫୋନ କରିଥିଲେ । ଶନିବାର ଅପରାହ୍ନ ପ୍ରାୟ ୩ଟା ୨୧ରେ ବେଳେ ଲେପ୍ଟନାଣ୍ଟ ଜେନେରାଲ ଦୀପେନ୍ଦର ସିଂହ ହୁଡ୍ଡାଙ୍କ ଭଉଣୀ ପିଏମ୍‌ଙ୍କୁ ଔଷଧ ମଞ୍ଜୁରୀ ଦେବାକୁ ଟ୍ବିଟ୍‌ କରିଥିଲେ । ପରେ ୩.୫୩ରେ ଦୀପେନ୍ଦର ମଧ୍ୟ ଟ୍ବିଟ୍‌ କରିଥିଲେ ।

ଟ୍ବିଟ୍‌ ପରେ ସନ୍ଧ୍ୟା ପ୍ରାୟ ୬.୪୬ରେ ପିଏମ୍‌ଓ ନିକଟରେ ଖବର ପହଞ୍ଚିଥିଲା । ପ୍ରଧାନମନ୍ତ୍ରୀ ମୋଦି ନିଜେ ଫୋନ୍‌ କରି ଲେପ୍ଟନାଣ୍ଟ ଜେନେରାଲ ଦୀପେନ୍ଦର ସିଂହ ହୁଡ୍ଡାଙ୍କ ସହ କଥା ହୋଇଥି​ଲେ । ସନ୍ଧ୍ୟା ୭.୪୫ରେ ପୁଣି ଥରେ ଦୀପେନ୍ଦର ଟ୍ବିଟ କରି ପ୍ରଧାନମନ୍ତ୍ରୀଙ୍କ ଫୋନ ଆସିଥିବା କଥା କହିଥିଲେ । ଟ୍ବିଟ୍‌ କରି ସେ କହିଥିଲେ, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋନ ଆସିଥିଲା । ଭଉଣୀର ଅସୁସ୍ଥତାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ମୋଦି । ଏହା ସହିତ ଯେଉଁ ଔଷଧର ଆବଶ୍ୟକତା ଅଛି ତାହାକୁ ମଞ୍ଜୁରୀ ଦେବାକୁ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏଭଳି ବ୍ୟକ୍ତିଗତ ଭାବେ ଫୋନ କରି ସମସ୍ୟା ବୁଝିବା ଘଟଣା ବିରଳ । ଭାରତୀୟ ହୋଇଥିବାରୁ ଗର୍ବିତ, ଜୟ ହିନ୍ଦ ।’

wp:embed {"url":"https://twitter.com/LtGenHooda/status/1472194160945860611","type":"rich","providerNameSlug":"twitter","responsive":true}
https://twitter.com/LtGenHooda/status/1472194160945860611
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.