ଆସନ୍ତା ୫ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ , ମାତ୍ର ରାଜ୍ୟର ଏହି ସ୍ଥାନରେ ଶୀତ ଲହରୀ
13/02/2020 at 11:36 AM

ଭୁବନେଶ୍ୱର ୧୩।୦୨ – ଆସନ୍ତା ୫ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଏହା ସହ ଅନୁଗୁଳ, ସୋନପୁର,ବୌଦ୍,ବଲାଙ୍ଗୀରରେ ଶୀତର ଲହରୀ ହେବାର ଆଶଙ୍କା ରହିଛି ।

କିଛି ଦିନ ପରେ ତାପମାତ୍ରାରେ ପରିବର୍ତ୍ତନ ଅସିବା ସହ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବ।୧୫ରୁ ୧୭ ତାରିଖକୁ ଉପକୂଳ ଓଡିଶା ସହ କୋରାପୁଟ,ରାୟଗଡ଼ା, କନ୍ଧମାଳ, ଅନୁଗୁଳ ,ଢେଙ୍କାନାଳରେ ଅଳ୍ପ ରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି।

ଗୁରୁବାରରେ ସର୍ବନିମ୍ନ ତାପମାତ୍ରା ସୋନପୁରର ୮.୫ ରହିଥିବା ବେଳେ ଫୁଲବାଣୀରେ ୮.୮ ଓ ଭୁବନେଶ୍ବରରେ ୧୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Related Posts
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023