ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
29/04/2020 at 10:11 PM

ଖୋର୍ଦ୍ଧା୨୯/୪: ଲକଡାଉନ୍ ପାଇଁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକମାନେ ବହୁ ଦୁଃଖ କଷ୍ଟରେ ଚଳୁଛନ୍ତି। ଏପରିକି ସେମାନଙ୍କ ଶିଶୁମାନଙ୍କୁ ସୁଷମ ଖାଦ୍ୟ ଦେବାକୁ ଅସମର୍ଥ।

ଏପରି ସ୍ଥିତିରେ ଖୋର୍ଦ୍ଧା ଶିଶୁ ସୁରକ୍ଷା ୟୁନିଟ ଖୋର୍ଦ୍ଧା ଏବଂ ବାଲିଅନ୍ତା ବ୍ଲକର ବିଭିନ୍ନ ସ୍ଥାନରେ ୯ଶହ ଶିଶୁଙ୍କୁ ଠାବ କରି ସେମାନଙ୍କୁ ଚୂଡା, ଚିନି, ଅମୁଲ , ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ଶିତାଂଶୁ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀମାନେ ଖାଦ୍ୟ ବଣ୍ଟନ କାର୍ଯ୍ୟ ନିର୍ବାହ କରିଥିଲେ।

Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023