‘ସୋଆ’ ପକ୍ଷରୁ ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ବଣ୍ଟନ..

Published By : Prameya-News7 Bureau | April 16, 2020 IST

ଭୁନେଶ୍ବର୧୬/୪: ‘ସୋଆ’ ପକ୍ଷରୁ ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଭୁବନେଶ୍ବରସ୍ଥିତ ଭରତପୁରର ହନୁମନ୍ତ ପ୍ରସାଦ, ତାରିଣୀ ବସ୍ତି ଏବଂ କଳିଙ୍ଗ ଷ୍ଟୁଡିଓ ଛକ ନିକଟ ଚାଳସାହିରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ‘ସୋଆ’ ଏନଏସଏସର କର୍ମକର୍ତ୍ତାମାନେ ଏହି ବଣ୍ଟନ କାର୍ଯ୍ୟ କରିଛନ୍ତି । ଚୂଡା, ବିସ୍କୁଟ ଓ ଗୁଡ ବଣ୍ଟନ କରିଛନ୍ତି । ଗୁରୁବାର ଦିନ ପ୍ରାୟ ୨୦୦୦ ପୁଡିଆ ବସ୍ତିବାସିନ୍ଦାଙ୍କୁ ବଣ୍ଟନ କରାଯାଇଛି । ସୋଆ ଏନଏସଏସ ପକ୍ଷରୁ ବିଭିନ୍ନ ସମୟରେ ଏଡି ବସ୍ତି ମାନଙ୍କରେ ଅନ୍ୟାନ୍ୟ ସହାୟତା ମୂଳକ କାର୍ଯ୍ୟକ୍ରମ କରାଯାଉଛି । କରୋନା ସମଭୁୟରେ ଲୋକଙ୍କୁ ସହାୟତା ଦେବା ଲାଗି ଆଗେଇ ଆସିଛି ସୋଆର ଏନଏସଏସ ଟିମ । ସୋଆ ଏନଏସଏସର କୋ-ଅର୍ଡିନେଟର ନଚିକେତା ଖମାରୀ ଶର୍ମାଙ୍କ ନେତୃତ୍ବରେ ଟିମ ବିଭିନ୍ନ ବସ୍ତିକୁ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.