ସିଲଭର ସିଟିରେ ବେଧଡକ ଚାଲିଛି ନକଲି ମେଡିସିନ୍, ବିଭିନ୍ନ ସ୍ଥାନରେ ଡ୍ରଗ କଣ୍ଟ୍ରୋଲର ଟିମ୍ର ଚଢାଉ
8/09/2022 at 11:30 AM

କଟକ ୦୮/୦୯: ସିଲଭର ସିଟି କଟକରେ ବେଧଡକ ଭାବେ ବଢିଚାଲିଛି ନକଲି କାରବାର । ନକଲି ତେଲ, ମସଲା, ଘିଅ, ଖାଦ୍ୟ ପାନୀୟ ଜବତ ପରେ ଗତ କିଛି ଦିନ ତଳେ ଜବତ ହୋଇଥିଲା । ଏବେ ପୁଣିଥରେ ନକଲି ମେଡିସିନ କାରବାର ହେୁଥିବା ଅଭିଯୋଗ ହୋଇଛି ।
ଯାହା ଫଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଡ୍ରଗ କଂଟ୍ରୋଲର ଟିମ । ନକଲି ଔଷଧ କାରବାର ଅଭିଯୋଗରେ ଚଢ଼ାଉ କରିଛି ଟିମ୍ । ବୁଧବାର ରାତିରେ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଡ୍ରଗ କଂଟ୍ରୋଲେର ଟିମ ।
ପୁରୀଘାଟ ଥାନା ଅଞ୍ଚଳରେ ୨ଟି ଷ୍ଟକିଷ୍ଟ ଉପରେ ଚଢ଼ାଉ । ଏକ ନାମୀ କମ୍ପାନୀର ଔଷଧକୁ ନକଲି କରାଯାଉଥିବା ଅଭିଯୋଗ । ଚଢ଼ାଉ ପରେ ସମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଲା ବିଭାଗ ।
Related Posts
ପାପକ୍ଷୟ ଲୋକ ମହୋତ୍ସବ ଆରମ୍ଭ, ଅରୁଣ ମେହେରଙ୍କୁ ମିଳିଲା ପାପକ୍ଷୟ ସମ୍ମାନ
2 February 2023
ଗାତରେ ପଡି ୨ ଶିଶୁକନ୍ୟା ମୃତ, ରାସ୍ତା କାମ ପାଇଁ ଖୋଳାଯାଇଥିଲା ଗର୍ତ୍ତ
2 February 2023
ଫେବୃଆରୀ ୨୪ରେ ରାଜ୍ୟ ବଜେଟ୍, ଏପ୍ରିଲ୍ ୬ ଯାଏଁ ଚାଲିବ ଅଧିବେଶନ
2 February 2023