Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ମଦ୍ୟପ ଯୁବକର ଉନ୍ମତ କାଣ୍ଡ, କଟୁରୀ ଧରି ସ୍କୁଲରେ ପଶିଲା, ଗୋଡେଇ ଗୋଡେଇ ଆକ୍ରମଣ କଲା

13/03/2023 at 8:43 PM

କେନ୍ଦୁଝର: କେନ୍ଦୁଝରରେ ମଦ୍ୟପ ଯୁବକର ଉନ୍ମତ କାଣ୍ଡ । ଭାଲିଆଡିହୀ ପ୍ରାଥମିକ ବିଦ୍ୟାଳୟରେ ପଶି ଗୋଡ଼ାଇ ଗୋଡ଼ାଇ ସ୍କୁଲ ଛୁଆଙ୍କୁ ମାଡ଼ ମାରିବା ସହ ଶିକ୍ଷୟତ୍ରୀଙ୍କୁ କଟୁରୀ କଲା ଆକ୍ରମଣ। କଟୁରୀ ଚୋଟରେ ଶିକ୍ଷୟତ୍ରୀ ଆହତ ହୋଇଛନ୍ତି। କେନ୍ଦୁଝର ସଦର ଥାନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, କେନ୍ଦୁଝର ସଦର ଥାନାର ଭାଲିଆଡିହି ପ୍ରାଥମିକ ବିଦ୍ୟାଳୟରେ ପାଠ ପଢା ଚାଲି ଥିବା ବେଳେ ଶ୍ରୀ କାର୍ଜୀ ନାମକ ମଦ୍ୟପ ଯୁବକ ଅପରାହ୍ନ ପ୍ରାୟ ୩ଟା ୩୦ରେ ସ୍କୁଲ ପରିସରକୁ ପଶି ଆସିଥିଲା। ଶିକ୍ଷୟିତ୍ରୀ ମାନଙ୍କ ବାରଣ ସତ୍ତ୍ଵେ କଟୁରୀ ଧରି ସ୍କୁଲ ଛୁଆଙ୍କୁ ଗୋଡ଼ାଇ ଥିଲା। କୁନି କୁନି ବାଳକ ବାଳିକାମାନେ ପ୍ରାଣ ବିକଳରେ ସ୍କୁଲ ପରିସରରେ ଏଣେ ତେଣେ ଦୌଡ଼ି ଥିଲେ । ଅନେକ ପଡ଼ି ଖଣ୍ଡିଆ ଖାବରା ହୋଇଥିବା ବେଳେ ମଦୁଆ ଯୁବକ ମଧ୍ୟ ଅନେକ ପିଲାଙ୍କୁ ମାଡ଼ ମାରି ଆହତ କରିଥିଲା । ଜଣେ ଶିକ୍ଷୟିତ୍ରୀ ମୋତେ ମାର ପଛେ ପିଲାଙ୍କୁ ଛାଡ଼ି ଦେ କହି ମଦୁଆକୁ ଅଟକାଇବା ବେଳେ ସେ ମଧ୍ୟ ମଦୁଆର ଆକ୍ରମଣରେ ଆହତ ହୋଇଛନ୍ତି।

ଶିକ୍ଷୟିତ୍ରୀଙ୍କ ଚିତ୍କାର ଶୁଣି ଗାଁ ଲୋକେ ଧାଇଁ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏହି ମଦୁଆ ନାମରେ ସ୍କୁଲ କର୍ତ୍ତୃପକ୍ଷ କେନ୍ଦୁଝର ସଦର ଥାନାରେ ଏକ ଏତଲା ଦେଇଛନ୍ତି। ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

   Related Posts