ପାଣି ଟାଙ୍କି ଉପରେ ଚଢି ଡେଇଁବାକୁ ଧମକ ଦେଲେ ମଦ୍ୟପ ଯୁବକ, ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ ନାକେଦମ
7/01/2023 at 11:24 PM

ବାଲିପାଟଣା: ପାଣି ଟାଙ୍କି ଉପରକୁ ଚଢି ଗଲେ ମଦ୍ୟପ ଯୁବକ । ମଦ୍ୟପ ଯୁବକ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀକୁ ନାକେଦମ୍ ହେବାକୁ ପଡ଼ିଛି । ଶନିବାର ଅପରାହ୍ନରେ ବାଲିଅନ୍ତା ଥାନା ଯଶୁଆପୁର ଗ୍ରାମରେ ଥିବା ପାଣି ଟାଙ୍କି ଉପରେ ଗ୍ରାମର ଟୁକୁ ଭୋଇ ଚଢିଯାଇଥିଲେ । ବିପଦପୂର୍ଣ୍ଣ ଭାବେ ଟୁକୁ ଟାଙ୍କର ଉପରେ ବୁଲିବା ସହ ଡେଇଁ ପଡିବାକୁ ସ୍ଥାନୀୟ ଲୋକଙ୍କୁ ଧମକ ଦେଇଥିଲେ । ଯେତେ ଯିଏ ବୁଝାଇଲେ ମଧ୍ୟ ଟୁକୁ ତଳକୁ ଓହ୍ଲାଇ ନ ଥିଲେ । ପରେ ବାଲିଅନ୍ତା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ପ୍ରାୟ ଏକ ଘଣ୍ଟା ପରିଶ୍ରମ କରି ଟୁକୁକୁ ଉଦ୍ଧାର କରିଥିଲେ।
Related Posts
ନବ ଦାସ ହତ୍ୟା ମାମଲା, ବଡ଼ମାଳ ଥାନାରେ ପୁଣି କ୍ରାଇମବ୍ରାଞ୍ଚ ଟିମ୍
2 February 2023
ପାପକ୍ଷୟ ଲୋକ ମହୋତ୍ସବ ଆରମ୍ଭ, ଅରୁଣ ମେହେରଙ୍କୁ ମିଳିଲା ପାପକ୍ଷୟ ସମ୍ମାନ
2 February 2023