Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ସ୍କୁଲ ଭିତରେ ପଶି ମଦ୍ୟପ ଯୁବକର ଉନ୍ମକ୍ତ କାଣ୍ଡ, ଧାରଣାରେ ବସିଲେ ଛାତ୍ରଛାତ୍ରୀ

27/09/2022 at 10:37 PM

ମାହାଙ୍ଗା, ୨୭/୦୯: ସ୍କୁଲ ଭିତରେ ପଶି ଜଣେ ମଦ୍ୟପ ଯୁବକ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଗାଳି ଗୁଲଜ କରିଥିବା ଜଣାପଡ଼ିଛି । ଯାହାକୁ ନେଇ ରାସ୍ତାରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ, ଶିକ୍ଷକ ଓ ଗ୍ରାମବାସୀ। ସୂଚନା ଅନୁସାରେ ମାହାଙ୍ଗା ବ୍ଲକ ଉଶୁମା ପଞ୍ଚାୟତର ଉଶୁମା ପ୍ରାଥମିକ ବିଦ୍ୟାଳୟରେ ପଶି ରବିନ୍ଦ୍ର ବେହେରା ନାମକ ଯୁବକ ନିଶାସକ୍ତ ଅବସ୍ଥାରେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଖରାପ ଭାଷାରେ ଗାଳି ଗୁଲଜ ସହ ଛୁରୀ ଦେଖାଇ ଭୟଭୀତ କରିଥିଲା । ଏହି ଘଟଣାରେ ମାହାଙ୍ଗା ଥାନାରେ ଖବର ଦେବା ପରେ ମଧ୍ୟ ପୋଲିସ ଆସିବା ବିଳମ୍ବ ହେବାରୁ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଗ୍ରାମବାସୀ ସମେତ ରାସ୍ତା ଅବରୋଧ କରି ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ବହୁ ବିଳମ୍ବରେ ପୋଲିସ ପହଞ୍ଚି ବୁଝାସୁଝା କରି ଧାରଣା ହଟାଇବା ସହ ଅଭିଯୁକ୍ତ ରବିନ୍ଦ୍ର ବେହେରାକୁ ଗିରଫ କରିଛି।

   Related Posts