ମଦୁଆ ସ୍ୱାମୀର ଉନ୍ମତ୍ତକାଣ୍ଡ; ସ୍ୱାମୀ ଠାରୁ ମାଡ଼ ଖାଇ ସ୍ତ୍ରୀ ଅଚେତ

Published By : Prameya-News7 Bureau | June 14, 2022 IST

ନୀଳଗିରି ୧୪/୬ : ମଦୁଆ ସ୍ୱାମୀର ଉନ୍ମତ୍ତକାଣ୍ଡ। ପହିଲି ରଜରେ ସ୍ୱାମୀ ଠାରୁ ମାଡ଼ ଖାଇଲା ସ୍ତ୍ରୀ ଝୁମୁରି। ମାଡ଼ ଖାଇ ଝୁମୁରି ପାଖରେ ଥିବା ବାପ ଘରକୁ ଯିବା ସମୟରେ ରାସ୍ତାରେ ଅଚେତ ହୋଇଗଲେ। ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ ଜଡିଦା ପଞ୍ଚାୟତର ବାଉଁଶନାଳ ଗାଁରେ ଦେଖିବାକୁ ମିଳିଛି।

ଖବର ଅନୁସାରେ ରଜଭଳି ଦିନରେ ସ୍ବାମୀ ହୃଷିକେଶ ବିଶ୍ବାଳ ମଦ ପିଇ ଆସି ତନୟା ବିଶ୍ୱାଳ ଓରଫ ଝୁମୁରିକୁ ଗାଳିଗୁଲଜ କରିଥିଲା। ପରେ ହୃଷିକେଶ ଉତ୍ତ୍ୟକ୍ତ ହୋଇ ଏକ ଠେଙ୍ଗାରେ ଝୁମୁରି ମୁଣ୍ଡକୁ ପିଟିଥିଲା। ଫଳରେ ଜୀବନ ବିକଳରେ ଛୁଆଙ୍କୁ ଝୁମୁରି ଧରି ପାଖରେ ଥିବା ବାପ ଘରକୁ ଆସିବା ବେଳେ ରାସ୍ତାରେ ଅଚେତ ହୋଇ ଯାଇଥିଲେ।

ଗାଁ ଲୋକେ ୧୦୮  ଆମ୍ବୁଲାନ୍ସକୁ ଡାକି ଝୁମୁରିକୁ ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି। ଯୁବକ ଜଣକୁ ଗାଁରେ ଥିବା ୪ଟି ସ୍ଵୟଂସହାୟକ ଗୋଷ୍ଠୀର ମହିଳାମାନେ ଅଟକ ରଖି ଉତ୍ତମ ମଧ୍ୟମ ଦେଇଥିଲେ। ପରେ ମହିଳାମାନେ ସମ୍ପୃକ୍ତ ଯୁବକକୁ ନୀଳଗିରି ପୋଲିସର ଜିମା ଦେବା ସହ ଲିଖିତ ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.