ନିଶାଗ୍ରସ୍ତ ଯୁବତୀଙ୍କ ଉନ୍ମତ୍ତକାଣ୍ଡ, ବିଚ୍‌ ରାସ୍ତାରେ ମହିଳାଙ୍କୁ ବେଲ୍ଟରେ ପିଟିଲେ: ଭିଡିଓ ଭାଇରାଲ୍

Published By : Prameya-News7 Bureau | November 07, 2022 IST

ବିଚ୍ ରାସ୍ତାରେ ଭିଡ଼ିଗଲେ ମହିଳା। ପବ୍ ବାହାରେ ଜଣେ ମହିଳାଙ୍କୁ ନିର୍ଧୁମ ଛେଚିଲେ ତିନି ମହିଳା। ବିଧା, ଗୋଇଠା, ଲାଠି ଏବଂ ବେଲ୍ଟରେ ପିଟିଚାଲିଛନ୍ତି। ମହିଳା ଜଣକ ଯନ୍ତ୍ରଣାରେ ଚିତ୍କାର ମଧ୍ୟ କରୁଛନ୍ତି। ବଞ୍ଚାଇବାକୁ ସାହାଯ୍ୟ ମାଗୁଛନ୍ତି। ହେଲେ କେହିବି ସାହାଯ୍ୟ କରିବାକୁ ଆସିନଥିଲେ ଆଗକୁ। ପ୍ରକୃତରେ ଏହି ମହିଳାମାନେ ନିଶାସକ୍ତ ଅବସ୍ଥାର ଭିଆଇଛନ୍ତି ଏଭଳି କାଣ୍ଡ। ନିଶାସକ୍ତ ଅବସ୍ଥାରେ ମହିଳାଙ୍କ ଉପରେ ଏଭଳି ଅତ୍ୟାଚାର କରିଛନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଇନ୍ଦୋରରୁ । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖାଯାଉଛି ତିନି ଜଣ ମହିଳା ଜଣେ ମହିଳାଙ୍କୁ ଘେରି ରହିଛନ୍ତି। ମହିଳାଙ୍କୁ ତଳେ ପକାଇ ପିଟିଚାଲିଛନ୍ତି। ଖାଲି ବିଧା, ଗୋଇଠା ନୁହେଁ ବେଲ୍ଟ ଏବଂ ଲାଠିରେ ମାଡ଼ ମଧ୍ୟ ମାରୁଛନ୍ତି। ଏମିତିକି ତାଙ୍କ ଚୁଟି ଝିଙ୍କି ତାଙ୍କ ଉପରେ ଅମାନବୀୟ ଭାବରେ ଅତ୍ୟାଚାର କରୁଛନ୍ତି। ମହିଳା ଜଣକ ତଳେ ପଡ଼ି ସାହାଯ୍ୟ ପାଇଁ କହୁଥିଲେ କେହିବି ସାହାଯ୍ୟ ପାଇଁ ଆସିନଥିଲେ। ତେବେ ଏହି ମାମଲାରେ ପୋଲିସ୍ ଏକ ମାମଲା ରୁଜୁ କରି ତିନି ମହିଳାଙ୍କୁ ଗିରଫ କରିଛି।

wp:embed {"url":"https://twitter.com/brajeshabpnews/status/1589503536802729984?s=20\u0026t=3GmP1-Ls6VAxiev60gG2DQ","type":"rich","providerNameSlug":"twitter","responsive":true}
https://twitter.com/brajeshabpnews/status/1589503536802729984?s=20&t=3GmP1-Ls6VAxiev60gG2DQ
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.