ପେଟେ ମଦପିଇ ବାବୁ ମାତାଲ; ଭାଟିରୁ ବୁହା ହୋଇ ଆସିଲେ, ଅଫିସରେ ଚଟାଣରେ ଗଡ଼ିଲେ

Published By : Prameya-News7 Bureau | June 30, 2022 IST

ବାଙ୍କି ୩୦/୦୬ : ମଦ ପିଇ ମାତାଲ ହେଲେ ସରକାରୀ ବାବୁ। ଅଫିସ ସମୟରେ ଅଫିସ କାମ ନକରି ବାଙ୍କୀ ବଜାର ବିଦେଶୀ ମଦଦୋକାନ ଆଗରେ ପେଟେ ମଦ ପିଇ ପୁରା ନିଶାରେ ମଦ ଦୋକାନ ଆଗରେ ଶୋଇଛନ୍ତି। ସେ ମଦ ନିଶାରେ ଏତେ ନିଶାଶକ୍ତ ଥିଲେଯେ  ମଦ ଦୋକାନରୁ ଅଫିସକୁ ଫେରିପାରି ନଥିଲେ। ଫଳରେ ତାଙ୍କ ସହକର୍ମୀମାନେ ତାଙ୍କୁ ଏକ ଅଟୋ ରିକ୍ସାରେ କାର୍ଯ୍ୟାଳୟକୁ ଆଣିଥିଲେ।  

wp:embed {"url":"https://www.youtube.com/watch?v=x3ND6l-VmdY","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=x3ND6l-VmdY
/wp:embed

ମଦ ପିଇ ଏପରି ମାତାଲ ଅବସ୍ଥାରେ ତଳେ ଗଡୁଥିଵା ଵାଵୁ ଜଣଙ୍କ ହେଉଛନ୍ତି ଵାଙ୍କୀ କୋଅପରେଟିଭ୍ ସୋସାଇଟିର ସଵ୍ ଆସିସଷ୍ଟାଣ୍ଟ ରେଜିଷ୍ଟ୍ରାର ସରୋଜ କୁମାର ଜେନା। ଦୀର୍ଘ ୨ ବର୍ଷରୁ ଅଧିକ ଦିନ ଧରି ବାଙ୍କୀ ଏଆରସିଏସ୍  ଅଫିସରେ କାମ କରୁଥିବା ସରକାରୀ ବାବୁଙ୍କ ଏଭଳି କାରନାମା ଵାଙ୍କୀ ଵଜାରରେ ଦେଖିଵାକୁ ମିଳିଛି। ଯଦି ଏଭଳି ଭାବରେ ସରକାରୀ ବାବୁ ଅଫିସ ସମୟରେ ମଦ ପିଇ ମାତାଲ୍ ହୁଅନ୍ତି, ତେବେ ସାଧାରଣ ଲୋକଙ୍କ କାମ କିଭଳି ହେବ ଵୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.