ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ମାତାଲ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ସ୍ଵାସ୍ଥ୍ୟକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ, ମାଡ଼ ମାରି କାନ ଫଟେଇ ଦେଲେ

21/08/2021 at 9:53 AM

ଆଠଗଡ଼, ୨୧/୦୮ : ସ୍ଵାସ୍ଥ୍ୟକର୍ମୀଙ୍କୁ ମାଡ଼। କଟକ ଜିଲ୍ଲା ତିଗିରିଆ ବ୍ଳକ ବିନ୍ଧାଣୀ ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ମାଡ଼ ମାରି କାନ ଫଟାଇ ଦେଲେ ନିଶାସକ୍ତ ଯୁବକ। ଗତକାଲି ବିଳମ୍ବିତ ରାତିରେ ଜଣେ ସ୍ଥାନୀୟ ଯୁବକ ଏଭଳି କାଣ୍ଡ ଭିଆଇଛନ୍ତି। ଏପରିକି ମାତାଲ୍ ଯୁବକ ଜଣଙ୍କ ସ୍ଵାସ୍ଥ୍ୟ କର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି।

ଏହି ଘଟଣା ସମ୍ପର୍କରେ ଖବର ପାଇ ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ନିଶାସକ୍ତ ଯୁବକ ଜଣଙ୍କ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଏନେଇ ତିଗିରିଆ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିବା ସହିତ ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତନାଘନା ଜାରି ରଖିଛି ତିଗିରିଆ ପୋଲିସ୍ ।

   Related Posts