ମଦପିଇ ରାସ୍ତାରେ ପଡ଼ିଛନ୍ତି ଶିକ୍ଷକ, ଭାଇରାଲ୍‌ ହେଉଛି ଭିଡିଓ

Published By : Prameya-News7 Bureau | November 17, 2022 IST

wp:heading {"level":4}

ପାଟଣାଗଡ଼, ୧୭/୧୧: ମଦ ପିଇ ରାସ୍ତାରେ ପଡ଼ିଛନ୍ତି ସ୍କୁଲ ଶିକ୍ଷକ । ପାଟଣାଗଡ଼ ବ୍ଲକ କେରବେଡା ପଞ୍ଚ।ୟତ ଅନ୍ତର୍ଗତ ବଳିଆଭଟା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଖଗେଶ୍ବର ବାରଲେବେଡିଆ ସ୍କୁଲ ଡ୍ରେସ ପିନ୍ଧି ମଦପିଇ ମାତାଲ ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ଉକ୍ତ ଅଞ୍ଚଳରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଜଣାପଡ଼ିଛି । ଏହି ଘଟଣା ଉକ୍ତ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ହେଉଛି । ଏଭଳି ମାତାଲ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଉଛି ।

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.