ପୁଣି ଖାକି ବଦନାମ : ଡ୍ୟୁଟି ବେଳେ ମାତାଲ ହେଲେ ପୋଲିସ ବାବୁ

Published By : Prameya-News7 Bureau | February 15, 2020 IST

ବାରିପଦା ୧୫।୨: ନିଶାସକ୍ତ ଅବସ୍ଥାରେ କର୍ତ୍ତବ୍ୟରତ ପୋଲିସର ଉନ୍ମତ କାଣ୍ଡ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଂଜ ଜିଲ୍ଲା ବଡସାହି ଥାନା ହିଙ୍ଗୁଳା ଯାତ୍ରାରେ । ହିଙ୍ଗୁଳା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ଲାଟୁନ ପ୍ଲାଟୁନ ପୋଲିସ ମୁତୟନ ହୋଇଥାନ୍ତି । ହେଲେ ଖୋଦ୍ ପୋଲିସ ଏଠାରେ ବିଶୃଙ୍ଖଳିତ ଆଉ ନିୟମ କାନୁନକୁ ଦଳି ମକଚିଦେଇ ଯାତ୍ରାକୁ ଆସିଥିବା ଭକ୍ତମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ନେଇ ତୀବ୍ର ନିନ୍ଦା କରାଯାଇଛି ।

ଅନ୍ୟପଟେ ପୋଲସ କର୍ମଚାରୀ ଜଣଙ୍କ କେତେବେଳେ ଖାକିକୁ ଖୋଲୁଥାନ୍ତି ତ କେତେବେଳେ ଖାକିକୁ ଖୋଲି ତଳେ ଫୋପାଡ଼ି ଦେଉଛନ୍ତି । ସେଠାରେ ଉପସ୍ଥିତ ଥିବା ଲୋକମାନେ ମଦ୍ୟପ ପୋଲିସ ଜଣଙ୍କୁ ବୁଝାସୁଝା କରିବା ସହ ଗାଳିଗୁଲଜ ନକରିବାକୁ କହିବାର ଦୃଶ୍ୟ ଏବେ ଭାଇରାଲ ହୋଇଛି । ବେତନଟୀ ଏସ୍.ଡି.ପି.ଓ ଲଳିତ ପଟ୍ଟନାୟକ ଏଭଳି ଘଟଣା ଘଟିଥିବା ସ୍ବୀକାର କରିଛନ୍ତି। ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.