ନୂଆଦିଲ୍ଲୀ ୨୦।୧୧: ଇଣ୍ଡିଗୋ ବିମାନରେ ଏୟାର ହୋଷ୍ଟେସ୍ ଅସଦାଚରଣ କଲେ ଜଣେ ଯାତ୍ରୀ । ଏହି ଘଟଣାଟି ଜୟପୁରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଫ୍ଲାଇଟ୍ ନମ୍ବର ୬ଇ ୫୫୬ରେ ଜଣେ ଯାତ୍ରୀ ଏୟାର ହୋଷ୍ଟେସଙ୍କୁ ଅସଦାଚରଣ କରିଛନ୍ତି । ଯାତ୍ରୀଙ୍କର ନାଁ ରାଧୀର ସିଂ । ସେ ରାଜସ୍ଥାନ ସିକର ଜିଲ୍ଲାର ବାସିନ୍ଦା । ଯାତ୍ରୀଙ୍କ ବୟସ ୩୩ ବୋଲି କୁହାଯାଉଛି ।
{"id":872265,"sizeSlug":"full","linkDestination":"none"}ଖବର ଅନୁଯାୟୀ, ଶୁକ୍ରବାର ଯାତ୍ରା କରିବା ସମୟରେ ଅଭିଯୁକ୍ତ ମଦ୍ୟପାନ କରିଥିଲେ । ପରେ ବାରମ୍ବାର ମନା କରିବା ସତ୍ତ୍ୱେ ସେ ଏୟାର ହୋଷ୍ଟେସଙ୍କ ସହିତ ଅସଦାଚରଣ କରିଥିଲେ । ଯାତ୍ରୀ ଜଣଙ୍କ ଏୟାର ହୋଷ୍ଟେସଙ୍କ ହାତ ଧରିଥିବା ଅଭିଯୋଗ ହୋଇଛି। ତେବେ ଏନେଇ ବିମାନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନେ ବିମାନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ।
wp:html/wp:html"A passenger on flight 6E 556 from Jaipur to Bengaluru was intoxicated and misbehaved with the crew despite multiple warnings. The passenger was handed over to the local law enforcement authorities on arrival for further legal action," says airline company IndiGo.
— ANI (@ANI) November 20, 2023
ବାସ୍ତବରେ ଅଭିଯୁକ୍ତ ଯାତ୍ରୀ ଜଣକଙ୍କ ମନ୍ଦ ଉଦ୍ଦେଶ୍ୟରେ ଅନ୍ୟ ସହଯାତ୍ରୀଙ୍କ ସହ ବ୍ୟବହାର କରିଥିଲେ । ଯାତ୍ରୀମାନେ ରାନ୍ଧୀର ସିଂଙ୍କ ବିଷୟରେ କ୍ରୁ ସଦସ୍ୟ ଜଣାଇଥିଲେ । ଘଟଣାର ଗମ୍ଭୀରତାକୁ ଦେଖି ବିମାନ ଅଧିକାରୀ ଅଭିଯୁକ୍ତ ଯାତ୍ରୀଙ୍କୁ ଜଣେ ଅନଭିଜ୍ଞ ଯାତ୍ରୀ ବୋଲି ଘୋଷଣା କରିଥିଲେ। ଜଣେ ଇଣ୍ଡିଗୋ ଅଧିକାରୀ ଶନିବାର ଦିନ ବିମାନବନ୍ଦର ପୋଲିସ ଅଭିଯୋଗ କରିଥିଲେ । ତଦନ୍ତ ପରେ ରବିବାର ଦିନ ରାନ୍ଧୀର ସିଂଙ୍କୁ ଗିରଫ କରିଥିଲା ପୋଲିସ ।
{"id":872266,"sizeSlug":"full","linkDestination":"none"}ତେବେ ଏହା ପୂର୍ବରୁ ସେପ୍ଟେମ୍ବର ୧୧ ରେ ମଧ୍ୟ ଏକ ସମାନ ଘଟଣା ଦେଖିବାକୁ ମିଳିଥିଲା । ମୁମ୍ବାଇରୁ ଗୁଆହାଟୀ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ମହିଳା ନିର୍ଯାତନାର ଶିକାର ହୋଇଥିଲେ । ପୀଡିତା ମହିଳା ଯାତ୍ରୀଙ୍କ ଅଭିଯୋଗ ଥିଲା ଯେ, ତାଙ୍କ ପାଖରେ ବସିଥିବା ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିଲେ । ସେହିପରି ଏହି ଘଟଣାର କିଛିଦିନ ପୂର୍ବରୁ ଜଣେ ଯାତ୍ରୀ ଯାତ୍ରା ସମୟରେ ତାଙ୍କ ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା ।
You Can Read:
wp:embed {"url":"https://www.prameyanews7.com/former-openai-ceo-sam-altman-is-set-to-join-microsoft/","type":"wp-embed","providerNameSlug":"prameya-news-7"} /wp:embed