ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ମଧ୍ୟରାତ୍ରୀରେ ନିଶାଗ୍ରସ୍ତ ଅବସ୍ଥାରେ ଡଙ୍ଗା ଧରି ସମୁଦ୍ରକୁ ଚାଲିଗଲା ଯୁବକ, ଇନ୍ଧନ ସରିବା ପରେ ପୋଲିସ କଲା ଗିରଫ

5/11/2022 at 8:00 PM

ମୁମ୍ୱାଇ: ରାତିରେ ସମୁଦ୍ର ଯାତ୍ରାର ଆନନ୍ଦ ନେବା ପାଇଁ ଡଙ୍ଗା ଚୋରି । ସମୁଦ୍ର ମଧ୍ୟରେ ନିଶାଗ୍ରସ୍ତ ଯୁବକଙ୍କ ମଉଜମସ୍ତି ପଡିଲା ମହଙ୍ଗା । ଡଙ୍ଗାକୁ ଦକ୍ଷିଣ ପଶ୍ଚିମ ମୁମ୍ୱାଇ ଉପକୂଳରୁ କୋଙ୍କୋଣ ଅଭିମୁଖ୍ୟ ଯିବା ସମୟରେ ସରିଗଲା ଇନ୍ଧନ । ବୁଧବାର ଡଙ୍ଗା ଚୋରି ହୋଇଥିବା ବେଳେ ଶୁକ୍ରବାର ଯୁବକକୁ ଗିରଫ କରିଛି ପୋଲିସ।

୩୬ ଘଣ୍ଟା ପରେ ଡଙ୍ଗାର ଇନ୍ଧନ ଶେଷ ହେବା ପରେ ରାଇଗଡ ଜିଲ୍ଲାର ଶ୍ରୀବର୍ଦ୍ଧନ କୂଳରେ ଲାଗିଥିଲା । ଶୁକ୍ରବାର ଯୁବକକୁ ଡଙ୍ଗା ଚୋରି ମାମଲାରେ ଗରିଫ କରି ଭାସାଇ ଅଣାଯାଇଛି । ତେବେ ସାମନାକୁ ଆସିଥିବା ଖବର ଅନୁସାରେ, ଆରବ ସାଗରରେ ୨୨୦ କିମି ଡଙ୍ଗା ଚଲାଇଥିବା ବ୍ୟକ୍ତି ଜଣଙ୍କ ଡଙ୍ଗା ମାଲିକଙ୍କ ନିକଟରେ କାମ କରୁଥିଲେ । ନିକଟ ଅତୀତରେ ହିଁ ସେ କାମରେ ଯୋଗ ଦେଇଥିଲା ।

ବୁଧବାର ଡଙ୍ଗା ମାଲିକ ଫ୍ରାନ୍ସିସ ଦମବାର ଡଙ୍ଗା ଚୋରି ନେଇ ପୋଲିସରେ ଅଭିଯୋଗ କରିବା ପରେ ଏହି ଘଟଣା ସାମନାକୁ ଆସିଥିଲା । ସାଭ ପେଡରୁ ନାମକ ଡଙ୍ଗାକୁ ମଙ୍ଗଳବାର ସଂଧ୍ୟାରେ ପାଛୁ ବୁନ୍ଦେରରେ ରଖାଯାଇଥିଲା । ଡଙ୍ଗା ଚୋରି ଅଭିଯୋଗ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ନିକଟରେ କାମରେ ଯୋଗ ଦେଇଥିବା ବିକାଶ ନାମକ ଯୁବକ ଫେରାର ଥିବା ତଦନ୍ତରେ ପୋଲିସ ଜାଣିବାକୁ ପାଇଥିଲା । ଫ୍ରାନ୍ସିସ ପୋଲିସକୁ ସୂଚନା ଦେଇ କହିଥିଲେ, ଚୋରି ହେବା ପୂର୍ବରୁ ଡଙ୍ଗାରେ କେବଳ ବିକାଶ ଥିଲା ।

ସ୍ଥାନୀୟ ପୋଲିସ ଏବଂ ତଟରକ୍ଷୀ ବାହିନୀ ମିଳିତ ଭାବେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାସହ ଚୋରି ଡଙ୍ଗା ବାବଦରେ ସାରା ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସୂଚନା ଦିଆଯାଇଥିଲା। ଭାସାଇରୁ ଚୋରି ହୋଇଥିବା ମାଛମରା ଡଙ୍ଗାକୁ ଶ୍ରୀବର୍ଦ୍ଧନ କୂଳରେ କିଛି ମତ୍ସ୍ୟଜୀବୀ ଦେଖିଥିଲେ । ଏହାସହ ଡଙ୍ଗାଟି କୋଙ୍କୋଣ ଆଡକୁ ବଢୁଥିବା ପୋଲିସକୁ ସୂଚନା ଦେଇଥିଲେ । ଅନ୍ୟପଟେ ମଦ ପିଇବା ପରେ ନିଶାରେ ଡଙ୍ଗାଟିକୁ ନେଇଯାଇଥିବା ବିକାଶ ପୋଲିସ ନିକଟରେ କହିଛି । ପୋଲିସର କହିବା ଅନୁସାରେ, ଡଙ୍ଗା ଏବଂ ଏଥିରେ ଥିବା ସାମଗ୍ରୀର ମୋଟ ମୂଲ୍ୟ ୫୦ ଲକ୍ଷରୁ ଅଧିକ ହେବ ।

   Related Posts