Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆମ୍ବୁଲାନ୍ସରେ ମଦ ପିଆ, ଡ୍ରାଇଭର କହିଲେ- କିଛି ଅସୁବିଧା ନାହିଁ

28/05/2023 at 11:24 PM

ଚଣ୍ଡିଖୋଲ: ଆମ୍ବୁଲାନ୍ସରେ ମଦ ପିଆ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରେ। ଛତିଆ ଠାରେ ଏକ ପ୍ରାଇଭେଟ୍ ଆମ୍ବୁଲାନ୍ସରେ କିଛି ବ୍ୟକ୍ତି ମଦ୍ୟପାନ କରୁଥିବା ଦେଖିବାକୁ ମିଳିଛି। ଗାଡି ଆଗରେ ଜଣେ ମହିଳା ମଧ୍ୟ ବସି ଥିବାର ଭିଡିଓ ଦେଖିବାକୁ ମିଳିଛି। ହାତରେ ମଦ ଗ୍ଲାସ, ଗାଡିରେ ମଦ ବୋତଲ ଓ କିଛି ଖାଦ୍ୟ ରଖା ଯାଇଛି।

ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଆମ୍ବୁଲାନ୍ସରେ କାହିଁକି ମଦ୍ୟ ପାନ କରୁଛ ବୋଲି ପଚାରିବାରୁ ଗାଡି ଚାଳକ ପ୍ରାଇଭେଟ୍ ଆମ୍ବୁଲାନ୍ସରେ ମଦ ପିଇଲେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି। ରୋଗୀକୁ ଛାଡି ଫେରୁଥିବା ସମୟରେ ବାଟରେ ରହି ମଦ୍ୟପାନ କରୁଥିବା କହିଛନ୍ତି। ସ୍ଥାନୀୟ ଲୋକେ ମଦ୍ୟପାନ କରୁଥିବା ଭିଡିଓ ଉତ୍ତୋଳନ କରିଥିବା ବେଳେ ଭିଡିଓଟି ଏବେ ଭାଇରାଲ ହୋଇଛି। ରୋଗୀ ସେବା ପାଇଁ ବ୍ୟବହୃତ ହେଉଥିବା ଆମ୍ବୁଲାନ୍ସରେ ମଦ୍ୟପାନ କରିବା ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

   Related Posts