ରାସ୍ତାରେ ଗୁପ୍‌ଚୁପ୍ ଖାଉଥିଲେ ତିନି ଭଉଣୀ, କାର୍ ଚଢ଼ାଇଦେଲା ମଦ୍ୟପ ଡ୍ରାଇଭର, ଜଣେ ମୃତ

Published By : Prameya-News7 Bureau | November 28, 2022 IST

ନୂଆଦିଲ୍ଲୀ, ୨୮/୧୧: ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ। ମଦପିଇ ଗାଡ଼ି ଚଳାଇବା ସମୟରେ ଗୁପ୍‌ଚୁପ୍ ଖାଉଥିବା ତିନି ଭଉଣୀଙ୍କ ଉପରେ ଚଢ଼ାଇଦେଲେ କାର୍। ଫଳରେ ଜଣେ ଛଅ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି।

ଏହି ଦୁର୍ଘଟଣା ନୋଏଡା ସେକ୍ଟର-୪୫ ସଦରପୁର ଗ୍ରାମରେ ଘଟିଥିଲା। ଯେଉଁଠାରେ ତିନି ଭଉଣୀ, ରିୟା, ଅନୁ ଏବଂ ଅଙ୍କିତା ଗୁପ୍‌ଚୁପ୍ ଖାଉଥିବା ସମୟରେ ତାଙ୍କ ଉପରକୁ ଗାଡ଼ି ଚଢ଼ାଇଦେଇଥିଲା ଜଣେ ମଦ୍ୟପ ଡ୍ରାଇଭର।

ତେବେ ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ୬ ବର୍ଷୀୟ ରିୟାଙ୍କ ମୃତ୍ୟୁ ହୋଇଥିଲା ମୃତ୍ୟୁ ହୋଇଥିଲା। ସେହିପରି ୧୫ ବର୍ଷୀୟ ଅନୁଙ୍କୁ ମେରୁଦଣ୍ଡରେ ଆଘାତ ହୋଇଛି ଏବଂ ୧୮ ବର୍ଷୀୟ ଅଙ୍କିତା ସାମାନ୍ୟ ଆହତ ହୋଇଛନ୍ତି।

ପୋଲିସ୍ ଅଧିକାରୀଙ୍କ ଅନୁଯାୟୀ ଆହତଙ୍କ ମା’ ମଧ୍ୟ ନିକଟରେ ଥିଲେ ସୌଭାଗ୍ୟବଶତଃ ସେ ବର୍ତ୍ତିଯାଇଥିଲେ। କାରଟି ଦୁର୍ଘଟଣା ଘଟାଇବା ପରେ ଭାରସାମ୍ୟ ହରାଇ ନିକଟରେ ଏକ ଇଟା ଭାଟ୍ଟିରେ ପିଟି ହୋଇଥିଲା। ତେବେ ଘଟଣାସ୍ଥଳରେ ଥିବା ଲୋକେ ଡ୍ରାଇଭରକୁ କାବୁ କରିଥିଲେ। ଏବଂ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଡ୍ରାଇଭରକୁ ଗିରଫ କରିବା ସହ କାର୍ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.