ମାତାଲ ଯୁବକଙ୍କ ନୃଶଂସ କାଣ୍ଡ, ଧାରୁଆ କାତିରେ ହାଣି ପକାଇଲା ଭାଇକୁ
15/07/2023 at 2:17 PM

କାଲିମେଳା ୧୫।୭: ଭାଇକୁ ହାଣିଲା ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ଥାନା ଅଧୀନ ନୀଲିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚେରକୁଗୁଡା ଗାଁରେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ପଡିଆ ଥାନା ଅଧୀନ ନୀଲିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚେରକୁଗୁଡା ଗାଁରେ ଭାଇକୁ ହାଣିଲା ଭାଇ । ଗାଁର ମାଲା ମାଡକାମୀ ନିଶାସକ୍ତ ଅବସ୍ଥାରେ କ୍ରୋଧାନ୍ବିତ ହୋଇ ସମ୍ପର୍କୀୟ ଭାଇ ରାମା ମାଢୀକୁ ଆକ୍ରମଣ କରିଛନ୍ତି । ଶନିବାର ସକାଳ ୬ଟା ୩୦ମିନିଟ୍ ସୁଦ୍ଧା ରାମା ଘରେ ବସିଥିବା ସମୟରେ ହଠାତ ମାଲା ଆସି ତାଳ ଗଛ କାଟିବା ଧାରୁଆ କାତିରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ବେକରେ, ପେଟରେ ଓ ଛାତିରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପଡିଆ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
You Can Read :