ନିଶାରେ ଚୂର୍ ଏୟାର ହୋଷ୍ଟେସ୍‌ଙ୍କ ହଙ୍ଗାମା, ରେଷ୍ଟୁରାଣ୍ଟରେ ସାଙ୍ଗମାନଙ୍କ ସହ ସହ ମିଶି କଲେ ଉତପାତ୍: ଶେଷରେ ଗଲେ ଜେଲ୍

Published By : Prameya-News7 Bureau | August 13, 2022 IST

ଜୟପୁର ୧୩/୦୮: ମହଙ୍ଗା ପଡିଲା ହୋଟେଲରେ ହଙ୍ଗାମା କରିବା । ଶେଷରେ ଜେଲ ଗଲେ ଏୟାର ହୋଷ୍ଟେସ୍ । ଏୟାର ହୋଷ୍ଟେସଙ୍କ ସହ ୫ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଥାଉକି, ଏୟାର ହୋଷ୍ଟେସ୍ ଜଣଙ୍କ ରାଜସ୍ଥାନର ଜୟପୁରର ଏକ ରେଷ୍ଟୁରାଣ୍ଟରେ ହଙ୍ଗାମା କରିଥିଲେ । ନିଶାରେ ଚୂର ହୋଇ ସାଙ୍ଗମାନଙ୍କ ସହ ମିଶି ଉତପାତ୍ କରିଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ ପୋଲିସ ନିକଟରେ ପହଞ୍ଚିଥିଲା ଅଭିଯୋଗ ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଓ ଅନ୍ୟ ୫ଜଣଙ୍କୁ ଗିରଫ କରିଥିଲା । ପୋଲିସ କହିବା ଅନୁଯାୟୀ ପ୍ରାଚୀ ସିଂହ ଓ ତାଙ୍କ ସାଙ୍ଗ ରେଷ୍ଟୁରାଣ୍ଟକୁ ଖାଇବାକୁ ଆସିଥିବା ଗୋଟିଏ ପରିବାର ସହ ଯୁକ୍ତିତର୍କ କରିଥିଲେ । ଝଗଡା ଏମିତି ତୀବ୍ର ହୋଇଥିଲା ଯେ, ରେଷ୍ଟୁରାଣ୍ଟରୁ ବାହାରକୁ ଆସିବା ପରେ ପ୍ରାଚୀ ଓ ତାଙ୍କ ସାଙ୍ଗମାନେ ଉକ୍ତ ପରିବାରଙ୍କ କାରର ଗ୍ଲାସକୁ ବିୟର ବୋତଲ ବାଡେଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

ପରିବାରର ଅଭିଯୋଗ ପରେ ପ୍ରାଚୀ ସିଂହ, ତାଙ୍କ ସ୍ୱାମୀ କାର୍ତ୍ତିକ ଚୌଧୁରୀ, ବିକାଶ ଖଣ୍ଡେଲୱାଲ ଏବଂ ନେହାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଏହି ଚାରିଜଣଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା । ସେମାନେ ବର୍ତ୍ତମାନ ଜାମିନରେ ଅଛନ୍ତି । ବର୍ତ୍ତମାନ ମାମଲାର ଯାଞ୍ଚ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.