୩୦୦ କୋଟିର କୋକେନ ଜବତ, ଦୁଇ ନିଶା ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ୍
1/10/2023 at 9:18 PM

Image Courtesy : ANI
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୋଲିସ୍ ଦୁଇ ନିଶାଦ୍ରବ୍ୟ ବ୍ୟବସାୟୀଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ପୋଲିସ୍ ୩୦୦ କୋଟିର କୋକେନ୍ ଜବତ କରିଛି। ଅଭିଯୁକ୍ତଙ୍କୁ ଗିରଫ ପରେ ଜେଲ୍ ପଠାଇଦିଆଯାଇଛି ଏବଂ ପୋଲିସ୍ ଯାଞ୍ଚ କରୁଛି।
ଏଡିଜିପି ଜମ୍ମୁ-କାଶ୍ମୀର ସିଂହ କହିଛନ୍ତି ଯେ, ରାମବନ ପୋଲିସ ରେଲଓ୍ବ ଛକ ବନିହାଲରେ ଏକ ଗାଡ଼ିକୁ ଅଟକାଇଥିଲେ ଏବଂ ପ୍ରାୟ ୨୦ କଜେି କୋକେନ ଜବତ କରିଥିଲେ, ଯାହାର ମୂଲ୍ୟ ପ୍ରାୟ ୩୦୦ କୋଟିରୁ ଅଧିକ। ଏଥିରେ ଦୁଇ ଜଣକୁ ଗିରଫ କରାଯାଇଛି। ଏନଡିପିଏସ ଅଧିନିୟମ ଏବଂ ଅନ୍ୟ ଧାରା ଅନୁଯାୟୀ ପିଏସ ବନିହାଲରେ ମାମଲା ରୁଜୁ ହୋଇଛି ଆଉ ଯାଞ୍ଚ ଜାରି ରହିଛି।
ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ଅନନ୍ତନାଗରେ ସେନା-ଆତଙ୍କବାଦୀ ଏନକାଉଣ୍ଟର: କର୍ଣ୍ଣେଲ, ମେଜର ଏବଂ ଡିଏସପି ସହିଦ
Related Posts
୨୦୩୦ ସୁଦ୍ଧା ଭାରତ ଦୁନିଆର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବ: S&P
5 December 2023