‘କଫ୍ ସିରପ୍’ର ସବୁ ରାସ୍ତା ରୋକିବ ସ୍ବାସ୍ଥ୍ୟ ବିଭାଗ, ଚଢାଉ କରିବ ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡ

Published By : Prameya-News7 Bureau | January 10, 2020 IST

ଭୁବନେଶ୍ବର ୧୦।୧: ପଶ୍ଚିମ ଓଡିଶାରେ ବେଆଇନ କଫ୍ ସିରପ୍ କାରବାର ମାମଲା ଖବର ପ୍ରସାରଣ ପରେ ତତ୍ପର ହୋଇଛି ପ୍ରଶାସନ । ପଦକ୍ଷେପ ନେବା ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ।

ବିଶେଷ କରି ଓଡ଼ିଶା ଛତିଶଗଡ଼ ସୀମାରେ ଚାଲିଥିବା କାରବାର ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ଚଢ଼ାଉ, ଚେକିଂ ସହିତ ମନିଟରିଂ କରିବା ପାଇଁ ମଧ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 

ନ୍ୟୁଜ୍ ୭ର ଷ୍ଟିଙ୍ଗ୍ ଅପରେସନ୍ ‘ସିରପ୍ ସ୍ଲୋ ପଏଜନ୍’ ପ୍ରସାରଣ ପରେ ଆକ୍ସନମୋଡକୁ ଆସିଥିଲା ପୋଲିସ । ଏବେ ସୁଦ୍ଧା ୧୩ ଜଣଙ୍କୁ ବାନ୍ଧିଲାଣି ପୋଲିସ । ଏମାନଙ୍କ ମଧ୍ୟରେ ରହିଛି ସାନ ନେଗି ଓରଫ ଗୋବିନ୍ଦ । ସାନ ନେଗିକୁ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଉଠାଇ ନେଇଛି । ସାନ ନେଗି, ପଶ୍ଚିମ ଓଡ଼ିଶାରେ ବେଆଇନ କଫ୍ ସିରପ୍ ନେଟଓ୍ବର୍କକୁ ନିୟନ୍ତ୍ରଣ କରୁଛି । ବଲାଙ୍ଗୀରରୁ ବ୍ୟବସାୟ ଆରମ୍ଭ କରିଥିବା ସାନ ନେଗି ମାତ୍ର ୫ ବର୍ଷ ମଧ୍ୟରେ ଏହି କଳା କାରବାରର ବାଦଶାହା ପାଲଟି ଯାଇଥିଲା । ପୋଲିସ କିନ୍ତୁ ନେଗି ଗିରଫକୁ ନେଇ ମୁହଁ ଖୋଲିନି । ଏବେ ନେଗିକୁ ରିଜର୍ଭ ବରାକ୍‌ ରେ ରଖି ପଚରାଉଚରା ଚଳାଇଛି ପୋଲିସ ।

ସେପଟେ ବେଆଇନ କଫ୍ ସିରପ୍ କାରବାର କରୁଥିବା କିଙ୍ଗ୍ ପିନ୍‌କୁ ଜାଲ ବିଛାଇ ବାନ୍ଧିଛି ନୂଆପଡା ପୋଲିସ । ଗିରଫ ଅଭିଯୁକ୍ତ ଆବିତ୍ ହୁସେନ୍ । ନୂଆପଡା ଜିଲ୍ଲାର ସ୍ଲୋ ପଏଜନ୍ କାରବାରର ଆବିଦ୍ ହେଉଛି ମାଷ୍ଟରମାଇଣ୍ଡ । ଜିଲ୍ଲାସାରା ଏଜେଣ୍ଟଙ୍କ ଜରିଆରେ ଚଳାଇଥିଲା ସ୍ଲୋ ପଏଜନ୍ କାରବାର । ଆବିଦକୁ ମିଶାଇ ଏବେ ସୁଦ୍ଧା କେବଳ ନୂଆପଡା ଜିଲ୍ଲାରୁ ୬ ଜଣଙ୍କୁ ଗିରଫ କରିସାରିଲାଣି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.