oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଜେଲରୁ ମୁକୁଳିବା ପରେ ପ୍ରଥମ ଥର NCB ନିକଟରେ ହାଜର ହେଲେ ଆର୍ଯ୍ୟନ ଖାନ

5/11/2021 at 2:18 PM

ମୁମ୍ବାଇ ୦୫/୧୧: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ବହୁ କଷ୍ଟ ପରେ ଅକ୍ଟୋବର ୨୮ ରେ ଜାମିନ ପ୍ରଦାନ କରାଯାଇଥିଲା। ଏହାର ୨ ଦିନ ପରେ ଅର୍ଥାତ୍ ଆର୍ଯ୍ୟନ ଅକ୍ଟୋବର ୩୦ ରେ ଜେଲରୁ ମୁକ୍ତ ହୋଇଥିଲେ। ୧୪ ଟି ସର୍ତ୍ତରେ ଆର୍ଯ୍ୟନ୍ ଖାନଙ୍କୁ ଜାମିନ ମିଳିଥିଲା। ଏହି ସର୍ତ୍ତଗୁଡିକ ମଧ୍ୟରୁ ଗୋଟିଏ ହେଲା ଯେ ଆର୍ଯ୍ୟନ୍ ଖାନଙ୍କୁ ପ୍ରତ୍ୟେକ ଶୁକ୍ରବାର ସକାଳ ୧୧ ଟାରୁ ୨ ଟା ମଧ୍ୟରେ ଏନସିବି କାର୍ଯ୍ୟାଳୟରେ ହାଜର ହେବାକୁ ପଡିବ। ଏହି ସର୍ତ୍ତକୁ ଗ୍ରହଣ କରି ଆର୍ଯ୍ୟନ ଆଜି ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

ମନ୍ନତରୁ ANCCB କାର୍ଯ୍ୟାଳୟକୁ ଯିବାବେଳେ ଆର୍ଯ୍ୟନଙ୍କର କିଛି ଫଟୋ ସାମ୍ନାକୁ ଆସିଛି। ଏକ ଧଳା ରେଞ୍ଜ ରୋଭର କାରରେ ଆର୍ଯ୍ୟନ୍ ଏନସିବି କାର୍ଯ୍ୟାଳୟକୁ ଯାଇଛନ୍ତି। ଏନସିବି କାର୍ଯ୍ୟାଳୟରେ ତାଙ୍କ ଓକିଲ ମନସିନ୍ଦେ ମଧ୍ୟ ଉପସ୍ଥିତ ରହିବେ।

ଜେଲରୁ ବାହାରିବା ପରେ ଆର୍ଯ୍ୟନ ପ୍ରଥମ ଥର ପାଇଁ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେ ଏକ ଧଳା ଟି-ସାର୍ଟ, ହଳଦିଆ ଜ୍ୟାକେଟ୍ ଏବଂ ଜିନ୍ସରେ ନଜର ଆସିଛନ୍ତି। ସେ ମୁହଁରେ ମାସ୍କ ପିନ୍ଧିଛନ୍ତି। ଏହି ସମୟରେ ଆର୍ଯ୍ୟନ୍ ତାଙ୍କ ହାତରେ ଏକ ବହି ଧରିଛନ୍ତି।

   Related Posts