ଆର୍ଯ୍ୟନ ନିଜ ସାଙ୍ଗ ଅରବାଜ ଠାରୁ ନେଉଥିଲେ ଡ୍ରଗ୍ସ: କୋର୍ଟରେ କହିଲା ଏନସିବି

Published By : Prameya-News7 Bureau | October 13, 2021 IST

ମୁମ୍ବାଇ ୧୩/୧୦ : ମୁମ୍ବାଇ ଡ୍ରଗ୍ସ ମାମଲାରେ ଗିରଫ ଆର୍ଯ୍ୟନ ଖାନଙ୍କ ସମେତ ୭ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇର ସ୍ୱତନ୍ତ୍ର ଅଦାଲତରେ ଆଜି ଶୁଣାଣି ହେବ। ବୁଧବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କୋର୍ଟରେ ଜବାବ ଦାଖଲ କରିଛି। ଏନସିବି କହିଛି ଯେ ଆର୍ଯ୍ୟନ ଖାନଙ୍କ ପାଖରୁ ଡ୍ରଗ୍ସ ମିଳିନି କିନ୍ତୁ ସେ ଏଥିରେ ସାମିଲ ଥିଲେ। ମାଜିଷ୍ଟ୍ରେଟ କୋର୍ଟଙ୍କ ତରଫରୁ ଆବେଦନ ଖାରଜ କରାଯିବା ପରେ ବୁଧବାର ଦିନ ସ୍ୱତନ୍ତ୍ର ଅଦାଲତରେ ଅପରାହ୍ନରେ ଜାମିନ ଆବେଦନର ଶୁଣାଣି ହେବ। ଅଧିକାରର ଅଭାବ ଦର୍ଶାଇ ମାଜିଷ୍ଟ୍ରେଟ୍ କୋର୍ଟ ଜାମିନ ଆବେଦନ ଖାରଜ କରିଥିଲେ। ଏନସିବି ଆର୍ଯ୍ୟ ଖାନଙ୍କ ଜାମିନ ଆବେଦନକୁ ବିରୋଧ କରିପାରେ ବୋଲି କୁହାଯାଉଛି। ରିପୋର୍ଟ ମୁତାବକ, ଯାଞ୍ଚ ଏଜେନ୍ସି ଏହି ମାମଲାରେ ନୂଆ ସୁରାକ ପାଇଛି।

ବୁଧବାର ଦିନ କୋର୍ଟରେ ଏନସିବି ପକ୍ଷରୁ ଏକ ଜବାବ ଦାଖଲ କରାଯାଇଛି। ଏହି ଷଡଯନ୍ତ୍ରରେ ଆର୍ଯ୍ୟନ୍ ଖାନ ସମ୍ପୃକ୍ତ ଥିବା ଯାଞ୍ଚ ଏଜେନ୍ସି କହିଛି। ଆର୍ଯ୍ୟନ କଣ୍ଟ୍ରାବଣ୍ଡ କିଣିଥିବା ଅଭିଯୋଗ ହୋଇଛି। କଣ୍ଟ୍ରାବଣ୍ଡ ଅରବାଜ ଠାରୁ ଜବତ କରାଯାଇଛି। ଆଜି ଅରବାଜଙ୍କ ଜାମିନ ଆବେଦନ ଉପରେ ମଧ୍ୟ ଶୁଣାଣି ହେବ।

କୋର୍ଟରେ ଏନସିବିର ଜବାବ:

୧. ଅରବାଜ ଠାରୁ ଆର୍ଯ୍ୟନ ଖାନ ଡ୍ରଗ୍ସ କିଣୁଥିଲେ।

୨. ଯାଞ୍ଚରେ ଏବେ ସୁଦ୍ଧା ଯେଉଁ ପ୍ରମାଣ ହସ୍ତଗତ ହୋଇଛି ତା ଅନୁସାରେ, ଆର୍ଯ୍ୟନ ଡ୍ରଗ୍ସ କିଣିବାରେ ଓ ବାଣ୍ଟିବାରେ ଲିପ୍ତ ଥିଲେ।

୩. ଅଭିଯୁକ୍ତ ନମ୍ବର-୧୭ ଅଚିତ କୁମାର ଓ ନମ୍ବର-୧୯ ଶିବରାଜ ହରିଜନ ଆର୍ଯ୍ୟନ ଓ ଅରବାଜକୁ ଡ୍ରଗ୍ସ ଯୋଗାଉଥିଲେ।

୪. ଆର୍ଯ୍ୟନ ଓ ଅରବାଜ ମିସୁକୀ ବୁଲାବୁଲି କରୁଥିଲେ ଓ NDPS ଧାରା ୨୯ ଲାଗୁ କରିବା ପାଇଁ ଏହା ପର୍ଯ୍ୟାପ୍ତ।

୫. ଯାଞ୍ଚ ଅନୁଯାୟୀ ଆର୍ଯ୍ୟନ ଓ ଅରବାଜ ସାଙ୍ଗରେ ଯାତ୍ରା କରୁଥିଲା, ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଦୁହେଁ ସମାନ ଆଗ୍ରହ ଯୋଗୁଁ କ୍ରୁଜକୁ ଯାଇଥିଲେ।

୬. କିଛି ଅଭିଯୁକ୍ତଙ୍କ ଠାରୁ ଡ୍ରଗ୍ସ ଜବତ ହୋଇନି କିମ୍ବା ବହୁତ କମ ମାତ୍ରାରେ ଜବତ ହୋଇଛି କିନ୍ତୁ ଅପରାଧ ଷଡଯନ୍ତ୍ରରେ ଏହି ଅଭିଯୁକ୍ତଙ୍କ ଅଂଶୀଦାର ଯାଞ୍ଚର ଆଧାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.