ଅଟୋ-ବୋଲେରୋ ମୁହାଁମୁହିଁ ଧକ୍କା, ଚାଳକ ମୃତ
8/01/2023 at 10:45 AM

କୋଣାର୍କ ୦୮।୦୧ : ଅଟୋ-ବୋଲେରୋ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଅଟୋ ଚାଳକ ମୃତ । କୋଣାର୍କ-ଚନ୍ଦ୍ରଭାଗା ଲାଇଟ୍ ହାଉସ୍ ସମ୍ମୁଖରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଖବର ଅନୁଯାୟୀ, ଧାମରା ଅଞ୍ଚଳର ବୋଲେରୋ ହୋଇଥିବା ବେଳେ ବ୍ରହ୍ମଗିରି ଅରକୁଡ଼ା ଗାଁର ଅଟୋଟି । ମେରାଇନ ଡ୍ରାଇଭ ରାସ୍ତାରେ ପ୍ରବଳ କୁହୁଡି ଲାଗି ଉଭୟ ଗାଡି ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ପରେ ସେମାନଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023