ଦେଶର ସବୁଠୁ ବଡ ନିଶାଦ୍ରବ୍ୟ ଚାଲାଣକାରୀ ଗିରଫ, ହିଜବୁଲ ମୁଜାହିଦ୍ଦିନ ସହ ଥାଇପାରେ ଲିଙ୍କ୍
9/05/2020 at 2:02 PM

ଚଣ୍ଡିଗଡ ୯।୫: ଦେଶର ସବୁଠାରୁ ବଡ ନିଶାଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ମଧ୍ୟରୁ ରଣଜିତ ରାଣା ଓରଫ ଚିତାକୁ ହରିୟାଣା ସିରସାରୁ ପୋଲିସ ଗିରଫ କରିଛି । ଡିଜିପି ଦିନକର ଗୁପ୍ତା ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ।
ପଞ୍ଜାବର ଅମୃତସର ପୋଲିସ, ଏନଆଇଏ ଏବଂ ହରିୟାଣା ପୋଲିସର ମିଳିତ ଟିମ୍ ସିରସା ବେଗୁ ରୋଡରେ ଥିବା ଏକ ଘରେ ମିଳିତ ଚଢାଉ କରିଥିଲେ। ଏହି ସମୟରେ ଦେଶର ସବୁଠୁ ବଡ ନିଶାଦ୍ରବ୍ୟ ଚାଲାଣକାରୀ ରଣଜିତ ସିଂ ଓରଫ ଚିତା ଏବଂ ତାଙ୍କ ଭାଇ ଗଗନ ପୋଲିସ ଦ୍ବାରା ଗିରଫ ହୋଇଛନ୍ତି। ଚିତା ହେରୋଇନ କାରବାରରେ ଡିତ ଥିଲା। ଗ୍ୟାଙ୍ଗଷ୍ଟରମାନଙ୍କ ସହ ଏମାନେ ଜଡିତ ଥିବା ପୋଲିସ ସନ୍ଦେହ କରୁଛି। ଡିଜିପି କହିଛନ୍ତି ଯେ, ଏହା ଏକ ମିଳିତ ଅପରେସନ୍ ଥିଲା। ଧରାପଡିଥିବା ନିଶା ବେପାରୀ ମୋଷ୍ଟ ଓ୍ବାଣ୍ଟେଡ ଥିଲା । ସେମାନଙ୍କୁ ପଚରାଉଚରା କରାଯାଉଛି। ଯାଞ୍ଚ ବେଳେ ବଡ ଖୁଲାସା ହେବ ବୋଲି ଆଶା କରାଯାଉଛି।
କୁହାଯାଉଛି ଯେ, ଉଭୟ ଏଠାରେ ଭଡାରେ ରହୁଥିଲେ। ଏହି ଅପରେସନ ବେଳେ ୫୩୨ କିଲୋଗ୍ରାମ ହେରୋଇନ ଜବତ ହୋଇଛି । ରଣଜିତ୍ ସିଂ ଓରଫ ଚିତା ସବୁଠାରୁ ବଡ ନିଶାଦ୍ରବ୍ୟ ଚାଲାଣରେ ସାମିଲ ଥିଲେ । ସେମାନଙ୍କୁ ଧରିବା ପରେ ପୋଲିସ ଡ୍ରଗ୍ସ ବେପାରୀଙ୍କ ଏକ ବଡ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବ ବୋଲି ଆଶା କରାଯାଉଛି।
ସୂତ୍ର ଅନୁସାରେ, ଏହି ନିଶାଦ୍ରବ୍ୟ ଚାଲାଣଙ୍କର ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ସହିତ ମଧ୍ୟ ସମ୍ପର୍କ ଥାଇପାରେ। ପୋଲିସର ଅନୁସନ୍ଧାନରେ ଏ ନେଇ ଏକ ବଡ ଖୁଲାସା ହୋଇପାରେ। ସୂଚନାଯୋଗ୍ୟ ଯେ, ହିଜବୁଲ ମୁଜାହିଦ୍ଦିନର ଆଉ ଦୁଇଜଣ ସହଯୋଗୀ ହିଲାଲ ଅହମ୍ମଦ ବେତନ, ଜଶୱନ୍ତ ସିଂ ଏବଂ ରଞ୍ଜିତ ସିଂଙ୍କୁ ଗୁରୁଦାସପୁରରୁ ପୋଲିସ ଗିରଫ କରିଛି। ଉଭୟ ଅଭିଯୁକ୍ତଙ୍କ ମୋବାଇଲ୍ ନମ୍ବର ହିଲାଲ ଏବଂ ଏହା ପୂର୍ବରୁ ଗିରପ ହୋଇଥିବା ବିକ୍ରମ ସିଂ ଓରଫ ବିକି ଏବଂ ମନିନ୍ଦର ସିଂ ଓରଫ ମନିଙ୍କ ମୋବାଇଲକୁ ମିଳିଥିଲା ।
Ranjeet Rana & his brother [email protected] arrested from Begu village in Sirsa, Haryana.
— DGP Punjab Police (@DGPPunjabPolice) May 9, 2020
Ranjit [email protected], suspected to have smuggled in heroin & other drugs from Pakistan, camouflaged in as many as 6 rock salt consignments through ICP Amritsar between 2018-2019. @CMOPb pic.twitter.com/2xcyl2VgkN