ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ଲିଙ୍କ୍ ମାମଲା : ଡ୍ରଗ୍ସ ମାଫିଆ ରିଗଲ ମହାକାଲକୁ ଗିରଫ କଲା ଏନସିବି

Published By : Prameya-News7 Bureau | December 09, 2020 IST

ମୁମ୍ବାଇ ୯।୧୨: ସୁଶାନ୍ତ ସିଂହ ରାଜପୁତଙ୍କ ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଏନସିବି । ଡ୍ରଗ୍ସ ମାଫିଆ ରିଗଲ ମହାକାଲଙ୍କୁ ଗିରଫ କରିଛି । ରିଗଲ ମହାକାଲ ଅନେକ ଦିନରୁ ଫେରାର ଥିଲେ । ଗିରଫ କରିବା ପରେ ତାଙ୍କୁ କୋର୍ଟରେ ହାଜର କରିଛି ଏନସିବି । କୋର୍ଟ ତାଙ୍କୁ ଦୁଇ ଦିନ ପାଇଁ ଏନସିବି ହେପାଜତକୁ ପଠାଇଦେଇଛି । ଉଲ୍ଲେଖଯୋଗ୍ୟ ଯେ, ରିଗଲ ମହାକାଲ, ଅନୁଜ କେଶଓ୍ବାନୀ ନାମକ ଅନ୍ୟ ଜଣେ ଅଭିଯୁକ୍ତକୁ ଡ୍ରଗ୍ସ ସପ୍ଲାଏ କରୁଥିଲା । ତାପରେ ଅନୁଜ ଅନ୍ୟମାନଙ୍କୁ ସପ୍ଲାଏ କରୁଥିଲା । ଏହିଭଳି ଭାବେ ଏମାନେ କାମ କରୁଥିଲେ ।

wp:html /wp:html

ଏନସିବି ଟିମ୍ ଅନ୍ଧେରୀ ଲୋଖଣ୍ଡଓ୍ବାଲାରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଟଙ୍କା ଏବଂ ଡ୍ରଗ୍ସ ଜବତ ହୋଇଛି । ଏନସିବିର ଚଢାଉ ଜାରି ରହିଛି । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏନସିବି ଏହା ପୂର୍ବରୁ ଅନେକ ଲୋକଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ସୁଶାନ୍ତ ସିଂହଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଏହଂ ତାଙ୍କ ଭାଇ ସୋଭିକ୍ ଚକ୍ରବର୍ତ୍ତୀ ମଧ୍ୟ ସାମିଲ ଥିଲେ । ମାତ୍ର ସୋଭିକ୍ ଚକ୍ରବର୍ତ୍ତୀଙ୍କୁ ଜାମିନ୍ ମିଳିସାରିଛି ।

ସୂଚନାଯୋଗ୍ୟ ଯେ, ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିଥିଲା । ଏହି ମାମଲାରେ ଅନେକ ଯାଞ୍ଚ ଏଜେନ୍ସୀରେ ମୁମ୍ବାଇରେ ଡେରା ପକାଇଛନ୍ତି । ତଦନ୍ତ ଯେତେ ଆଗକୁ ବଢୁଛି ସେତେ ରହସ୍ୟ ଉନ୍ମୋଚିତ ହେଉଛି । ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ଏନସିବି ଅନେକ ଲୋକଙ୍କୁ ପଚରାଉଚରା କରିସାରିଛି । ସେମାନଙ୍କ ମଧ୍ୟରେ ଫିଲ୍ମ ଅଭିନେତା, ଅଭିନେତ୍ରୀ, ଟେଲିଭିଜନ କଳାକାର ମଧ୍ୟ ସାମିଲ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.