oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଦୀପିକା ପାଦୁକୋନଙ୍କ ମ୍ୟାନେଜର୍ କରିସ୍ମାଙ୍କ ବଢିଲା ସମସ୍ୟା, କୋର୍ଟ ଖାରଜ କଲେ ଜାମିନ ଆବେଦନ

6/08/2021 at 11:34 AM

ମୁମ୍ବାଇ ୦୬/୦୮ : ଡ୍ରଗ୍ ମାମଲାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ନାର୍କୋଟିକ୍ସ ଡ୍ରଗ୍ସ ଏବଂ ସାଇଟ୍ରୋପିକ୍ ସବଷ୍ଟାନ୍ସ ଆକ୍ଟ (NDPS) କୋର୍ଟ କରିସ୍ମା ପ୍ରକାଶଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଅଗଷ୍ଟ ୫ ତାରିଖ ଦିନ ଖାରଜ କରିଛନ୍ତି। ଏଥିସହ ଅଗଷ୍ଟ ୨୫ ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ମଧ୍ୟ ପ୍ରଦାନ କରିଛନ୍ତି। ଯାହାଫଳରେ ସେ ବମ୍ବେ ହାଇକୋର୍ଟ ଯାଇପାରିବେ।

କରିସ୍ମା ପ୍ରକାଶ ଡ୍ରଗ୍ସ ମାମଲାରେ ଗିରଫ ହେବାର ଆଶଙ୍କା ଥିବାରୁ ଗତ ବର୍ଷ ସେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଶୁଣାଣି ପରେ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ବର୍ତ୍ତମାନ କରିସ୍ମା ବମ୍ବେ ହାଇକୋର୍ଟଙ୍କ ନିକଟକୁ ଯାଇପାରିବେ।

କରିସ୍ମା ପ୍ରକାଶଙ୍କୁ ଏନସିବି କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଡକାଯାଇଥିଲା। କରିସ୍ମା ପ୍ରକାଶଙ୍କ ଘରେ ହୋଇଥିବା ଚଢାଉ ସମୟରେ ୧.୭ ଗ୍ରାମ ଡ୍ରଗ୍ସ ମଧ୍ୟ ଜବତ କରାଯାଇଥିଲା, ଯାହା ପରେ ଏନସିବି ତାଙ୍କୁ ସମନ ପଠାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା କହିଥିଲେ ଯେ କରିସ୍ମା ପ୍ରକାଶ କିଛି ଦିନ ହେବ ନିଖୋଜ ଥିଲେ। ସେ ସମନର କୌଣସି ଜବାବ ଦେଇନଥିଲେ ।

   Related Posts