ଖେଳୁଥିବା ବେଳେ ଅଘଟଣ, ପୋଖରୀରେ ଖସିପଡି ଚାଲିଗଲା ଶିଶୁକନ୍ୟାର ଜୀବନ

Published By : Prameya-News7 Bureau | September 01, 2020 IST

ବାଲିପାଟଣା, ୦୧|୦୯: ପୋଖରୀରେ ବୁଡ଼ି ଦୁଇ ବର୍ଷର ଶିଶୁକନ୍ୟା ମୃତ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ବାୟାଁପଦା ଗ୍ରାମରେ ଘଟିଛି ଏଭଳି ଅଘଟଣ । ମୃତକ ହେଉଛନ୍ତି ବାୟାଁପଦା ଗ୍ରାମର ଶରତ ମଲ୍ଲୀକଙ୍କ ଦୁଇ ବର୍ଷର ଝିଅ ପରୀ ମଲ୍ଲିକ ।

ସୂଚନାନୁସାରେ, ପରୀ ଖେଳୁଥିବା ସମୟରେ ଘର ପାର୍ଶ୍ଵରେ ଥିବା ଏକ ପୋଖରୀରେ ଖସି ପଡ଼ିଥିଲେ । ପରେ ଗ୍ରାମର କିଛି ଲୋକ ପୋଖରୀରେ ଏକ ଶିଶୁ ଭାସୁଥିବା ଦେଖିଥିଲେ । ତୁରନ୍ତ ସେମାନେ ଶିଶୁଟିକୁ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ  ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଶିଶୁଟିର ମୃତ୍ୟୁ ପରେ ଗ୍ରାମର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.