Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶୌଚ ହେବାକୁ ଯାଇଥିଲେ, ଜଳଭଣ୍ଡାରରେ ବୁଡି ଚାଲିଗଲା ଜୀବନ

18/09/2023 at 10:36 AM

ଲମତାପୁଟ ୧୮।୦୯ : କୋଲାବ ଜଳଭଣ୍ଡାରରେ ବୁଡି ମହିଳାଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଟେରାଗୁଡ଼ା ଗାଁରେ ଘଟିଛି ଘଟଣା । ମୃତକ ଟେରାଗୁଡ଼ା ଗାଁର ଇରାମଣି ମୁଦୁଲି ବୋଲି ଜଣାପଡିଛି ।  

ଖବର ଅନୁଯାୟୀ, ଇରାମଣି ମୁଦୁଲି ସକାଳୁ ଶୌଚ ହେବାପଇଁ କୋଲାବ ଜଲଭଣ୍ଡାରକୁ ଯାଇଥିଲେ l ଗୋଡ଼ ଖସି ଯିବାରୁ ଜଳଭଣ୍ଡାରରେ ନିଖୋଜ ହୋଇଯାଇଥିଲେ l ଇରା ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ତେବେ ଜଳଭଣ୍ଡାର ନିକଟରେ ଚପଲ ଦେଖି ସନ୍ଦେହ ହେବାରୁ ଲମତାପୁଟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ସେପଟେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଶେଷରେ ୨୫ ଫୁଟ୍‌ ଗଭୀରରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ଆଉ ମୃତଦେହକୁ ଜଳଭଣ୍ଡାର କୂଳକୁ ଆଣିଥିଲେ । ଲମତାପୁଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

   Related Posts