ନଦୀରେ ଗାଧୋଉଥିଲେ ରଙ୍ଗ ମିସ୍ତ୍ରୀ, ବ୍ରାହ୍ମଣୀରେ ଭାସିଗଲେ ଦୁଇ ଜଣ

Published By : Prameya-News7 Bureau | March 02, 2024 IST

ପଟ୍ଟାମୁଣ୍ଡାଇ ୦୨।୦୩ :  ନଦୀରେ ଗାଧୋଉଥିବା ବେଳେ ଅଘଟଣ । ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇ ଯୁବକ ।  ନିଖୋଜ ଦୁଇ ଜଣେ ହେଲେ ଜାଭେଦ  ଓ ଅଜିତ ବୋଲି ଜଣାପଡିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଆସିଛି ଏପରି ଅଭାବନୀୟ ଘଟଣା ।

wp:embed {"url":"https://www.prameyanews7.com/bhadreswar-police-asi-caught-by-vigilance-while-taking-bribe/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bhadreswar-police-asi-caught-by-vigilance-while-taking-bribe/
/wp:embed

ଖବର ଅନୁଯାୟୀ, ଶନିବାର ଦିନ ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ ଆଗ୍ରା ଅଞ୍ଚଳରୁ ଦୁଇ ରଙ୍ଗ ମିସ୍ତ୍ରୀ । ହେଲେ ହଠାତ୍‌ ପାଣିରେ ଗାଧୋଉଥିବା ବେଳେ ଭାସିଗଲେ ଦୁଇ ଜଣ । ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ନିଖୋଜ ଦୁଇ ରଙ୍ଗ ମିସ୍ତ୍ରୀ ଭାବେ କେନ୍ଦ୍ରାପଡ଼ା ଅଞ୍ଚଳରେ କାମ କରୁଥିଲେ ।

wp:embed {"url":"https://www.prameyanews7.com/raashii-khanna-reveals-feeling-like-newcomer/","type":"wp-embed","providerNameSlug":"prameya-news-7"}
https://www.prameyanews7.com/raashii-khanna-reveals-feeling-like-newcomer/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.