ଭେଡା ବୁଡ଼ିବାର ୨୦ ଘଣ୍ଟା ପରେ ମଧ୍ୟ ନିଖୋଜ ଇଞ୍ଜିନିୟର ଓ ଶ୍ରମିକଙ୍କ ପତ୍ତା ନାହିଁ
1/06/2018 at 6:32 AM

ଅନୁଗୋଳ ରେଙ୍ଗାଲି ନଦୀ ବନ୍ଧ ଯୋଜନାରେ ସମଲ ବ୍ୟାରେଜ ବ୍ରାହ୍ମଣୀ ନଦୀରେ ସର୍ଭେ ବେଳେ ଭେଡା ବୁଡିବା ଘଟଣାକୁ ୨୦ ଘଣ୍ଟା ବିତିଲାଣି ଏପର୍ଯ୍ୟନ୍ତ ନିଖୋଜ ଇଞ୍ଜିନିୟର ଓ ଶ୍ରମିକଙ୍କ ପତ୍ତା ମିଳିନି । ନିଖୋଜ ୨ ଜଣ ହେଲେ ଇଞ୍ଜିନିୟର ରମେଶ ଶତପଥି ଓ ଜଣେ ଶ୍ରମିକ ଅଶୋକ ଆଇଚ । ଘଟଣାସ୍ଥଳରେ ଉଦ୍ଧାର ପାଇଁ ଓଡ୍ରାଫ ଟିମ୍ ଲାଗିଛନ୍ତି । ଏହା ସହ ସ୍ଥାନୀୟ ବୁଡାଳିଙ୍କର ସାହାଯ୍ୟ ନିଆଯାଇଛି । ପାଣିର ସ୍ରୋତ ଅଧିକା ଥିବାରୁ ଉଦ୍ଧାର ସମ୍ଭବ ହୋଇପାରୁନି । । । ଏକ ଭେଳାରେ ବସି ଅର୍ବିଟେଲ ସଂସ୍ଥାର ୫ ଜଣ କର୍ମଚାରୀ ସର୍ଭେ କରୁଥିବାବେଳେ ହଠାତ ଗେଟ ଖୋଲି ଦିଆଯିବାରୁ ଭାରସାମ୍ୟ ହରାଇ ଭେଳାଟି ବୁଡି ଯାଇଥିବା ଜଣାପଡିଛି । ୩ ଜଣ କର୍ମଚାରୀ ପହଁରି କୂଳକୁ ଚାଲି ଆସିଥିବାବେଳେ ୨ ଜଣ ନିଖୋଜ ହୋଇଯାଇଥିଲେ ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023