ମହାନଦୀକୁ ଡେଇଁଲେ ଯୁବତୀ, ଦେବଦୂତ ସାଜିଲେ ସ୍ଥାନୀୟ ଯୁବକ
28/09/2023 at 1:42 PM

କଟକ ୨୮।୦୯ : ମହାନଦୀକୁ ପୁଣି ଡେଇଁଲେ ଜଣେ ଯୁବତୀ । କଟକ ଯୋବ୍ରା ବ୍ୟାରେଜ୍ରେ ମହାନଦୀକୁ ଡେଇଁଛନ୍ତି ଯୁବତୀ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଯୁବକଙ୍କ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି ।
ଖବର ଅନୁଯାୟୀ, ଗୁରୁବାର ଦିନ ଅପରାହ୍ନ ସମୟରେ କଟକ ଯୋବ୍ରା ବ୍ୟାରେଜ୍ ନିକଟରେ ଘଟିଲା ଅଘଟଣ । ଜଣେ ଯୁବତୀ ବ୍ୟାରେଜ୍ ନିକଟକୁ ଆସି ଆତ୍ମହତ୍ୟା କରିବାକୁ ନଦୀକୁ ଡେଇଁପଡିଥିଲେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେପଟେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଯୁବକ ନଦୀକୁ ଡେଇଁ ସଂପୃକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଏବେ ଯାଏଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କର ପରିଚୟ ମିଳିପାରିନାହିଁ ।
Related Posts
ବଜାରରେ ପ୍ରବେଶ କଲା ରୋୟାଲ ଏନଫିଲ୍ଡର ହିମାଲୟନ
4 December 2023