ନାମାଙ୍କନ ଭରିଲେ ଦ୍ରୌପଦୀ ମୁର୍ମୁ, ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କଲେ ପ୍ରାର୍ଥୀପତ୍ର

Published By : Prameya-News7 Bureau | June 24, 2022 IST

ନୂଆଦିଲ୍ଲୀ ୨୪/୦୬: ରାଷ୍ଟ୍ରପତି ନିର୍ବାଚନ ପାଇଁ NDA ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍ଏକନ ଦାଖଲ ସମୟରେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଜେପି ନଡ୍ଡା ପ୍ରଭୃତି ଉପସ୍ଥିତ ଥିଲେ । ରିଟର୍ଣ୍ଣିଂ ଅଫିସର ପିସି ମୋଦୀଙ୍କ ନିକଟରେ ଦାଖଲ କଲେ ନାମାଙ୍କନ । ଏହାସହ ଅନେକ ନେତା ଓ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ଅନ୍ୟପଟେ ଦେଶର ସର୍ବୋଚ୍ଚ ଆସନରେ ଓଡ଼ିଆ ଝିଅଙ୍କୁ ବସାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପୂରା ଦମ୍‌ ଲଗାଇ ଦେଇଛନ୍ତି । ଦ୍ରୌପଦୀଙ୍କ ସମର୍ଥନରେ ନବୀନ ନେତୃତ୍ୱ ନେଇ ଆଗକୁ ବାହାରିଛନ୍ତି । ଏକଦା ନବୀନଙ୍କ ହାତରେ ଯିଏ ରାକ୍ଷୀ ବାନ୍ଧିଥିଲେ, ସେଇ ଓଡ଼ିଆ ଭଉଣୀଙ୍କୁ ଜିତାଇବା ପାଇଁ ନବୀନ ସମସ୍ତ ପ୍ରକାର ସହଯୋଗ ଦେବାକୁ ପ୍ରସ୍ତୁତ ବୋଲି ବାର୍ତ୍ତା ଦେଇଛନ୍ତି ।

ଓଡ଼ିଆ ଅସ୍ମିତାର ପ୍ରସଙ୍ଗ ଉଠାଇ ନବୀନ ଯେଉଁଭଳି ସହଯୋଗର ହାତ ବଢ଼ାଇଛନ୍ତି, ତାହା ଜାତୀୟସ୍ତରରେ ବେଶ୍‌ ପ୍ରଶଂସା ସାଉଁଟିଛି । ଏନଡିଏର ପ୍ରାର୍ଥୀ ହୋଇଥିଲେ ମଧ୍ୟ ଓଡ଼ିଆ ଝିଅ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରାଇବା ପାଇଁ ନବୀନ ଅଗ୍ରଣୀ ଭୂମିକା ନେଇଛନ୍ତି । ଦେଶର ସର୍ବୋଚ୍ଚ ପଦବୀ ପାଇଁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଓଡ଼ିଶାରେ ଏବେ ଉତ୍ସବର ମାହୋଲ ।

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କ ନାମ ଚୟନ କରିଛି । ରାଇସିନା ହିଲ୍‌ ଦୌଡ଼ରେ ବିଜୟୀ ହେଲେ, ଦ୍ରୌପଦୀ ହେବେ ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି । ଦ୍ରୌପଦୀଙ୍କ ପୂର୍ବରୁ ଅନେକ ଅଗ୍ନିବର୍ଷୀ ମହିଳା ଓଡ଼ିଶା ରାଜନୀତିରେ ପ୍ରଥମ ଥର ଏଣ୍ଟ୍ରି କରି ଓଡ଼ିଆଙ୍କୁ ଗୌରବାନ୍ୱିତ କରିଛନ୍ତି ।

ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନୋତ୍ତର ଓଡ଼ିଶା ରାଜନୀତିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ମଣ୍ଡନ କରି ଏମାନେ କେବଳ ଓଡ଼ିଶାର ନାରୀ ଜାତି ପାଇଁ ଉଦାହରଣ ପାଲଟିଛନ୍ତି ତାହା ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାକୁ ଶିଖରକୁ ନେଇଛନ୍ତି ।ତେବେ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ଓଡ଼ିଶା ପ୍ରଦେଶ କଂଗ୍ରେସ ମନା କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.